ଧର୍ମଗଡ଼, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛିକ୍ଷ ଏଥିରେ ଯୁବ ବର୍ଗ ଲିପ୍ତ ହୋଇ ଅପରାଧ କରୁଥିବା ଦେଖିବାକୁ ମିଳୁଛି । କି ଭବାନିପାଟଣା ପରିବହନ କାର୍ୟ୍ୟାଳୟ ସାମ୍ନାରେ କିଛି ଯୁବକ ବ୍ରାଉନ ସୁଗାର କାରବାର କରୁଥିବା ଅବକାରୀ ବିଭାଗ ଜାଣିପାରିଥିଲା । ଏନେଇ ଅବକାରୀ ପୋଲିସ ଗ୍ରାହକ ହୋଇ ଯାଇଥିଲେ। ସେଠାରେ ଜଣେ ଯୁବକଙ୍କୁ ୨୨ ଗ୍ରାମ ବ୍ରାଉନ ସୁଗାର ସହିତ ୭ ହଜାର ୩ଶହ ଟଙ୍କା ଏବଂ ଗୋଟିଏ ବାଇକ ଜବତ କରିଥିଲେ । ଗିରଫ ଯୁବକଙ୍କ ପରିଚୟ ଶିବ ସେନାପତି । ସେ ନାକଟିଗୁଡାର ବାସିନ୍ଦା ବୋଲି ଜଣା ପଡିଛି । ଅବକାରୀ ବିଭାଗ ଯୁବକଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବା ପରେ ପଚରଉଚରା କରିବା ସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରଯାଇଛି ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି ।





