Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତାମିଲନାଡ଼ୁରୁ ଶବ ଆସିଲା ନୟାଗଡ଼

by Anil Panda
April 16, 2020
in Feature News
ତାମିଲନାଡ଼ୁରୁ ଶବ ଆସିଲା ନୟାଗଡ଼
53
VIEWS
Share on FacebookShare on Twitter

ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ତନାଘନା

ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାକୁ ଆଜି ବାହାର ରାଜ୍ୟରୁ ଏକ ଶବ ପହଂଚିଛି । ଗତ କିଛିଦିନ ତଳେ ରଣପୁର ବ୍ଲକ ଅର୍ନ୍ତଗତ ଗଡ଼ବାଣିକିଲୋ ଗ୍ରାମକୁ ଉତ୍ତରପ୍ରଦେଶରୁ ଏକ ଶବ ଆସିଥିଲା । କରୋନା କଟକଣା ଯୋଗୁଁ ତାମିଲନାଡ଼ୁରେ ଅଟକି ରହିଥିବା ନୟାଗଡ଼ର ୨୦ ଜଣ ଶ୍ରମିକଙ୍କ ମଂଧ୍ୟରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ନୟାଗଡ ଜିଲ୍ଲାର ନୋତର ପଂଚାୟତ ବଉଳସାହି ଗ୍ରାମର ଅମୀନ ପଢିଆରୀଙ୍କ ପୁତ୍ର ସଚ୍ଚିଦାନନ୍ଦ ପଢିଆରୀ (୩୫) ବୋଲି ଜଣାପଡିଛି । ତାଙ୍କର ଦୁଇଟି ଛୋଟ ଶିଶୁ କନ୍ୟା ଅଛନ୍ତି । ଦୁଇଦିନ ତଳେ ରାତିରେ ସଚ୍ଚିଦାନନ୍ଦଙ୍କ ପେଟ ମାରିବା ପରେ ତାଙ୍କର ଆକସ୍ମିକ ଭାବେ ମୃତ୍ୟୁ ଘଟିଥିଲା । ସୂଚନା ଯୋଗ୍ୟ ଯେ ସଚ୍ଚିଦାନନ୍ଦ ଜଣେ କନ୍ଟ୍ରାକ୍ଟରଙ୍କ ଜରିଆରେ ତାମିଲନାଡୁ ରାଜ୍ୟ କୋଇମ୍ବାଟୁର ଲକ୍ଷ୍ମୀମାଲିନା ଓାର୍କ୍ସ (ଏମଏମଡୁ୍‌ୟ) କମ୍ପାନୀକୁ କାମ କରିବାକୁ ଯାଇଥିଲେ ।

କରୋନା କଟକଣା ଯୋଗୁଁ ସଚ୍ଚିଦାନନ୍ଦ ଏବଂ ଅନ୍ୟ ୨୦ ଜଣ ଶ୍ରମିକ ନିଜ ଗ୍ରାମକୁ ଫେରିନପାରି ସେଠାରେ ଅଟକି ରହିଥିବା ବେଳେ ତାଙ୍କର ଏଭଳି ଅକାଳରେ ମୃତ୍ୟୁ ଘଟିଛି । ତାଙ୍କ ଶବ କିଭଳି ନୟାଗଡ଼କୁ ଆସି ପାରିବ ସେ ସମ୍ପର୍କ ରେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସହିତ ସ୍ଥାନୀୟ ଜନପ୍ରତିନିଧି ଆଲୋଚନା କରିଥିଲେ । ମନ୍ତ୍ରୀ ଡ. ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ସହକାରୀ ଶ୍ରମ ଅଧିକାରୀ ଲୋକନାଥ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରି ଶବ କିପରି ନିଜ ଗ୍ରାମକୁ ଆସିପାରିବ ସେଥିପ୍ରତି ଅନେକ ପଦକ୍ଷେପ ନେଇଛନ୍ତି । ଫଳରେ ମୃତକଙ୍କ ଶବ ବ୍ୟବଛେଦ କରାଯାଇ ତାମିଲନାଡୁରୁ ନୟାଗଡ଼ରେ ପହଂଚିଛି । ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ସହଯୋଗ ନିଆଯାଇଛି । ଜନଗହଳି ଯେପରି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ରାତି ୩ଟାରେ ଗ୍ରାମରେ ଶବ ପହଂଚିବା ପରେ ଶୋକାକୂଳ ପରିବେଶରେ ଶବ ସତ୍କାର କରାଯାଇଛି । ଶବ ଧରି ଫେରିଥିବା ତିନି ଜଣ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!