ନୀଳଗିରି, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ସନ୍ତାରାଗଡ଼ିଆ ଅଞ୍ଚଳରୁ ୨୪୨ ଗ୍ରାମର ବ୍ରାଉନସୁଗର ଜବତ। ବାଲେଶ୍ଵର ଭ୍ରାମ୍ୟମାଣ ଅବକାରୀ ବିଭାଗ ଓ ନୀଳଗିରି ଅବକାରୀ ବିଭାଗ ମିଳିତ ଚଢାଉ କରି ଏହି ବ୍ରାଉନସୁଗର ଜବତ କରିଛି। ଏହା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ନୀଳଗିରି ଥାନା ଅଧିନ ସନ୍ତରାଗଡ଼ିଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ହେବା ନେଇ ଅଭିଯୋଗ ହୋଇ ଆସୁଥିଲା। ଆଜି ଅବକାରୀ ଭ୍ରାମ୍ୟମାଣ ବିଭାଗର ସହାୟତାରେ ନୀଳଗିରି ଅବକାରୀ ଓଇଆସି ବିଶ୍ଵନାଥ ପରିଡା ଅନ୍ୟ କର୍ମଚାରୀଙ୍କ ସହ ସନ୍ତାରାଗଡ଼ିଆ ଅଞ୍ଚଳର ପାଗୁଲୁ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ୨୪୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହା ସହ ଅବକାରୀ ବିଭାଗ ପାଗୁଲୁଙ୍କୁ ଗିରଫ କରିଛି। ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଏନେଇ ନୀଳଗିରି ଅବକାରୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି।





