ନୟାଗଡ (ବାଘୁଆବାର୍ତା ବ୍ୟୁରୋ); ସାରା ରାଜ୍ୟରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ମୁକାବିଲା ପାଇଁ ନୟାଗଡ ଜିଲ୍ଲା ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ କୁ ସହାୟତା ପ୍ରଦାନର ସୁଅ ଛୁଟିଛି । ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆଜି ନୟାଗଡ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଓ ଉପଜିଲ୍ଲାପାଳ ଳଗ୍ନଜିତ ରାଉତ ଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ସହାୟତା ପ୍ରଦାନ କରିଛନ୍ତି । ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ କର୍ମରତ ସରକାରୀ କର୍ମଚାରୀ ମାନେ ଗୋଟିଏ ଦିନର ଦରମା ବାବଦକୁ ୮୦,୩୭୦ ଟଙ୍କା ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି । ମନୋଜ କୁମାର ନାୟକଙ୍କ ନେତୃତ୍ୱରେ ଏହି ଅର୍ଥ ରାଶି କୁ ପ୍ରଦାନ କରାଯାଇଛିା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, କ୍ରେଡିଟ୍ ସମବାୟ ସମିତି ପକ୍ଷରୁ କର୍ମଚାରୀ ମନେ ୨୫,୦୦୦ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ସମିତିର ପ୍ରଶାସକ ଭାଷ୍କର ଚନ୍ଦ୍ର ପାଣିଗ୍ରାହୀ ଓ ସମ୍ପାଦକ ପୁରୁଷୋତମ ପ୍ରଧାନ ଉପସ୍ଥିତ ରହିଥିଲେ । ସେହିପରି ନୟାଗଡ ଏସ୍.ବି.ଆଇ ଜୀବନ ବୀମା ପକ୍ଷରୁ ସୂର୍ଯ୍ୟମଣି ସାହୁଙ୍କ ନେତୃତ୍ୱରେ ୫୦୦୦ ଟଙ୍କାର ଚେକ ପ୍ରଦାନ କରାଯାଇଛି । ନୟାଗଡ ଡିଜେ ସଂଘ ପକ୍ଷରୁ ୮୦୦୦ ଟଙ୍କା ର ଚେକ ପ୍ରଦାନ କରାଯାଇଛି । ସେହିପରି ରବିନ୍ଦ୍ର ସାହୁଙ୍କ ନେତୃତ୍ୱରେ ମେସିନେରି ଏବଂ ଟୁଲ୍ସ ଦୋକାନ ପକ୍ଷରୁ ୧୦,୦୦୦ ଟଙ୍କା ର ଚେକ ପ୍ରଦାନ କରାଯାଇଛି ।







