ନୟାଗଡ (ବାଘୁଆବାର୍ତା); ସାରା ରାଜ୍ୟରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ମୁକାବିଲା ପାଇଁ ନୟାଗଡ ଜିଲ୍ଲା ର ସମସ୍ତ ଅଙ୍ଗନଓାଡି କର୍ମୀ ଓ ଆଶା କର୍ମୀ ମାନେ ଗ୍ରାମାଂଚଳରେ ଜନସାଧାରଣଙ୍କୁ ସଚେତନତା କରାଇବା ସହ ଶପଥ ପାଠ କରାଉଛନ୍ତି । ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା ଜନସାଧାରଣ ଙ୍କୁ ଘରେ ରହିବା, ସୁସ୍ଥ ରହିବାର ବାର୍ତା ଦେବା ସହ ସେମାନଙ୍କୁ ଶପଥପାଠ କରାଉଛନ୍ତି । ଲଜ୍ଜା ନକରି ନିଜର ନାମ ରେଜିଷ୍ଟ୍ରେସନ କରିବା ଏବଂ ୧୪ ଦିନ ପର୍ଯ୍ୟନ୍ତ ନିଜ ଘରେ ରହିବା ପଇଁ ଜନସାଧାରଣଙ୍କୁ ସଚେତନତା କରାଉଛନ୍ତି । ସଦା ସର୍ବଦା ହାତ ସଫା ରଖିବା ଏବଂ ଘରୁ ନବାହାରିଲେ କରୋନା ଆପେ ଆପେ ଚାଲିଯିବ ବୋଲି ଜନସାଧାରଣଙ୍କୁ ବାର୍ତା ଦେଉଛନ୍ତି । ଜିଲ୍ଲାର ବିଭିନ୍ନ ଅଂଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।







