ନୟାଗଡ (ବାଘୁଆବାର୍ତା ବ୍ୟୁରୋ); ନୟାଗଡ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ କାରଣରୁ ଦୁଇ ଦିନ ତଳେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ପତ୍ୟେକ ଦିନ ନୟାଗଡ ରକ୍ତ ଭଣ୍ଡାର ଠାରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଦ୍ୱାରା ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସୂଚନା ଅନୁସାରେ ବାଲୁଗାଁ ଗ୍ରାମ ପଂଚାୟତ ପକ୍ଷରୁ ୧୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ କ୍ରିଦାଶପୁର ପନ୍ଚାୟତ ରୁ ୭ ୟିନିଟ୍ ଓ ଶରଧାପୁର ପଂଚାୟତ ପକ୍ଷରୁ ୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ସମୁଦାୟ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଛାତ୍ର ବିଜେଡି, ଯୁବ ବିଜେଡି ଓ ବିଜୁ ଯୁବ ବାହିନୀ ର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।






