Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିମକାର୍ଡ ଜାଲିଆତି ମାମଲାରେ ଭଦ୍ରକରୁ ଜଣକୁ ଉଠାଇ ନେଲା ଦିଲ୍ଲୀ ପୋଲିସ

by ସଞ୍ଜୟ ସ୍ୱାଇଁ
November 19, 2022
in Crime, State
ସିମକାର୍ଡ ଜାଲିଆତି ମାମଲାରେ ଭଦ୍ରକରୁ ଜଣକୁ ଉଠାଇ ନେଲା ଦିଲ୍ଲୀ ପୋଲିସ
59
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ସିମକାର୍ଡ ଜାଲିଆତି ମାମଲାରେ ଭଦ୍ରକରୁ ଜଣକୁ ଉଠାଇଲା ନେଲା ଦିଲ୍ଲୀ ପୋଲିସର ସାଇବର ଟିମ୍ । ସୂଚନା ଅନୁଯାୟୀ ଦିଲ୍ଲୀ ସାଇବର ସେଲର ଏକ ସ୍ୱତନ୍ତ୍ର ଟିମ ଦୁଇ ଦିନ ହେଲା ଭଦ୍ରକରେ ରହି ମୋବାଇଲ ଫୋନରେ ବ୍ୟବହୃତ ହେଉଥିବା ସିମକାର୍ଡ ଜାଲିଆତିର ତଦନ୍ତ କରିଥିଲେ । ଚରମ୍ପା ଅଞ୍ଚଳର ଗୌତମ ନାମକ ଜଣେ ସିମକାର୍ଡ ବ୍ୟବସାୟୀ ଙ୍କୁ ତାଙ୍କ ମୋବାଇଲ ଦୋକାନରୁ ଉଠାଇ ଆଣିଛି । ସ୍ଥାନୀୟ ଅଦାଲତରେ ହଜାର କରାଇ ପରେ ରିମାଣ୍ଡରେ ତାକୁ ଦିଲ୍ଲୀ ନେଇଛନ୍ତି । ରାଜସ୍ଥାନ-ହରିୟାଣାର ସୀମାନ୍ତ ମେ୍ୱାତ ଅଞ୍ଚଳରେ ବହୁ ସଂଖ୍ୟାରେ ଜାଲ ସିମକାର୍ଡ ବ୍ୟବହାର ହୋଉଥିବାର ଦିଲ୍ଲୀ ସାଇବର ସେଲ ଜାଣିବାକୁ ପାଇଥିଲା । ଭଦ୍ରକରୁ ପାଖାପାଖି ୧୦୦୦ରୁ ଉର୍ଦ୍ଧ୍ୱ ନକଲି ସିମକାର୍ଡ ଇସ୍ୟୁ ହୋଇଥିବା ସୂଚନା । ମେୱାତ ଅଞ୍ଚଳରେ କିଛି ଯୁବକ ପହଞ୍ଚି ଗୌତମ ଦୋକାନରୁ ଅଧିକ ମୂଲ୍ୟ ଦେଇ ଏହି ସିମକାର୍ଡ କିଣି ନେଇଥାନ୍ତି । ଏହି ସିମକାର୍ଡ ଗୁଡିକ ମେ୍ୱାତ ଅଞ୍ଚଳରେ ବିଭିନ୍ନ ଅପରାଧିକ କାର୍ୟ୍ୟକଳାପ ଘଟାଉଛନ୍ତି । ବିଶେଷ କରି ଯୌନ ଅପରାଧ ସମ୍ପର୍କିତ ଭିଡିଓ କଲ ଆଦିରେ ଏହି ସିମକାର୍ଡ ବ୍ୟବହାର ହେଉଥିଲା । ତେବେ ଏହିଭଳି କେତେକ ଘଟଣାର ତଦନ୍ତ କରି ଦିଲ୍ଲୀ ସାଇବର ପୋଲିସ ଜାଣିବାକୁ ପାଇଥିଲା କି ଏହିସବୁ ସିମକାର୍ଡ ଭଦ୍ରକରେ ଈସୁ ହେଉଥିଲା ବୋଲି । ଭଦ୍ରକର ଗୌତମ ଜଣେ ଜଣେ ଲୋକମାନଙ୍କ ଠାରୁ ଏକାଧିବାର ବାୟମେଟ୍ରିକରେ / ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରି ଜାଲ ସିମକାର୍ଡ ଈସୁ କରୁଥିଲେ । ଏଥିପାଇଁ ସେ ଅଧିକ ମୂଲ୍ୟରେ ଅର୍ଥ ନେଉଥିଲେ । ଏମିତି ବହୁବାର ଜାଲ ସିମକାର୍ଡ ଈସୁ କରୁଥିଲେ ଗୌତମ ଯାହାକି ଜାଣିବାକୁ ପାଇଥିଲା ଦିଲ୍ଲୀ ପୋଲିସ. ତେଣୁ ଦିଲ୍ଲୀ ପୋଲିସ ଗୌତମ କୁ ଅଧିକ ପଚରା ଉଚରା ପାଇଁ ରିମାଣ୍ଡରେ ଦିଲ୍ଲୀ ନେଇଛନ୍ତି ବୋଲି ଦିଲ୍ଲୀ ସାଇବର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!