ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗି ରହିଥିବାରୁ ଆଜି ନୟାଗଡ଼ ସ୍ରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ରାମକୃର୍ଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଦ୍ୱାରା ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନୟାଗଡ଼ ରକ୍ତ ଭଣ୍ଡାରକୁ ରକ୍ତଦାତା ମାନଙ୍କୁ ଆଣି ସାମାଜିକ ଦୂରତା ମଧ୍ୟରେ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ୮ ୟୁନିଟ ରକ୍ତ ସଂଗୃତିତ କରାଯାଇଥିବା ବେଳେ ରାମକୃଷ୍ଣ ପକ୍ଷରୁ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।






