Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୟାବହ ଅଗ୍ନିକାଣ୍ଡ, ୨୧ ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
November 18, 2022
in WORLD
ଭୟାବହ ଅଗ୍ନିକାଣ୍ଡ, ୨୧ ମୃତ୍ୟୁ
78
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଇସ୍ରାଏଲର ଗାଜାପଟ୍ଟିରେ ଭୟଙ୍କର ଅଗ୍ନିକାଣ୍ଡ । ଶରଣାର୍ଥୀ ଶିବିରରେ ନିଆଁ ଲାଗିବା ଯୋଗୁ ୨୧ଜଣଙ୍କ ମୃତ୍ୟୁ ହୋଇଛି । ଗୁରବାର ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଏଥିରେ ଚାରି ମହଲା ବିଶିଷ୍ଟ କୋଠା ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି । ସମାଚାର ଏଜେନ୍ସି ରାଇଟର୍ସ ଅନୁଯାୟୀ, ଏହି ଭୟାବହ ଅଗ୍ନିକାଣ୍ଡ ଇସ୍ରାଏଲର ଗାଜାପଟ୍ଟି ଜନବସତି ଅଞ୍ଚଳରେ ଥିବା ଶରଣାର୍ଥୀ ଶିବିରରେ ଘଟିଛି । ଅଗ୍ନିକାଣ୍ଡର କିଛି କ୍ଷଣ ମଧ୍ୟରେ ସମ୍ପୂର୍ଣ୍ଣ ୪ମହଲା ବିଶିଷ୍ଟ କୋଠା ନିଆଁର ଆଁରେ ଆସିଥିଲା । ଏହି ଦୁର୍ଘଟଣାରେ ଶିବିରରେ ଥିବା ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ମୋଟ୍ ୨୧ ମୃତକଙ୍କ ମଧ୍ୟରେ ୭ଜଣ ଛୋଟ ପିଲାଙ୍କ ଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି । ଶରଣାର୍ଥୀ ଶିବିରରେ ଥିବା ଗ୍ୟାସୋଲିନ୍ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି । ଦେଖଣାହାରୀଙ୍କ କହିବା ଅନୁଯାୟୀ, ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଶିବିରରେ ଆଶ୍ରୟ ନେଇଥିବା ଲୋକଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଇସ୍ରାଏଲ ସରକାର ଏହି ଦୁଃଖଦ ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଗୋଟିଏ ଦିନ ଶୋକ ଦିବସ ରୂପେ ଘୋଷଣା କରିଛନ୍ତି । ଗାଜାର ଏହି ଶରଣାର୍ଥୀ ଶିବିର ଜନବସତି ଅଞ୍ଚଳରେ ରହିଛି । ଏଠାରେ ସ୍ଥାନୀୟ ଲୋକେ ଗ୍ୟାସୋଲିନ, ଡିଜେଲର ଭଣ୍ଡାର କରିଛନ୍ତି । ମାତ୍ରାଧିକ ଗ୍ୟାସୋଲିନ୍ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!