Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିନରାତ୍ରି ଲୁଟ, ରାତିରେ ମଶାଣି, ମାଡ଼ିବସିଲା ପୁଲିସ

by ସଞ୍ଜୟ ସ୍ୱାଇଁ
November 17, 2022
in Crime, State
ଦିନରାତ୍ରି ଲୁଟ, ରାତିରେ ମଶାଣି, ମାଡ଼ିବସିଲା ପୁଲିସ
192
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦିନରେ ଚେନ୍ ଛିଣ୍ଡାଇବା ସହ ଏନ୍ଏଚ୍‌ରେ ଲୁଟପାଟ କରୁଥିଲେ। ରାତି ହେଲେ ଘରେ ପଶି ଡକାୟତି କରୁଥିଲେ। କେତେବେଳେ କାହାକୁ ଟାର୍ଗେଟ କରାଯିବ, କିପରି ହେବ ଲୁଟପାଟ ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ମଶାଣିକୁ ବାଛିଥିଲେ। ହେଲେ ଖବର ପାଇ ପୁଲିସ୍‌ ମଶାଣିରେ ଚଢ଼ାଉ କରି ୪ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇ ଯାଇଛନ୍ତି। ଏପରି ଘଟଣା ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଆଇଗିଣିଆ ଅଞ୍ଚଳରେ ଘଟିଛି। ଆଇଗିଣିଆ ଅଞ୍ଚଳର ଏକ ମଶାଣିରେ ଗତକାଲି ବସି ଡକାୟତି ଯୋଜନା କରୁଥିଲେ ୫ ଡକାୟତ । ସେମାନେ ପେସାଦାର ଲୁଟେରା ହୋଇଥିବା ବେଳେ ପୂର୍ବରୁ ବହୁ ଥର ଜେଲ୍‌ ବି ଯାଇଛନ୍ତି। ହେଲେ ଟଙ୍କା ରୋଜଗାରର ଏହି ସହଜ ମାଧ୍ୟମକୁ ଛାଡ଼ି ପାରୁ ନ ଥିଲେ। ଖବର ପାଇ ଖଣ୍ଡଗିରି ପୁଲିସ୍‌ ମଶାଣିକୁ ଚାରିପଟୁ ଘେରି ଚଢ଼ାଉ କରିଥିଲା। ଏହାପରେ ପୁଲିସ୍‌ ୪ ଡକାୟତଙ୍କୁ ଗିରଫ କରିଥିବା ବେଳେ ଜଣେ ଘଟଣାସ୍ଥଳରୁ ଫେରାର ହୋଇ ଯିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ପେସାଦାର ଡକାୟତ ହୋଇଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖଣ୍ଡଗିରି ଥାନା ଅଧିକାରୀ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!