Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ୟାଙ୍କ ନିକଟରେ ମହିଳାଙ୍କ ଠାରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ

by ସଞ୍ଜୟ ସ୍ୱାଇଁ
November 16, 2022
in Crime, State
ବ୍ୟାଙ୍କ ନିକଟରେ ମହିଳାଙ୍କ ଠାରୁ ଝାମ୍ପି ନେଲେ ଟଙ୍କା ବ୍ୟାଗ
131
VIEWS
Share on FacebookShare on Twitter

ଖଲ୍ଲିକୋଟ,(ବାଘୁଆବାର୍ତ୍ତା): ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଷ୍ଟେଟ ବ୍ୟାଙ୍କ ନିକଟରେ ଗତକାଲି ଦିନ ଦ୍ବିପ୍ରହରରେ ଲୁଟ୍‌ ହୋଇଛି । କିଛି ଦୁର୍ବୃତ୍ତ ବାଇକରେ ଆସି ଜଣେ ମହିଳାଙ୍କ ଠାରୁ ଟଙ୍କା ଝାମ୍ପି ନେଇଥିବା ଜଣାପଡ଼ିଛି । ଏହି ସମୟର ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ମୋହନପୁର ଗ୍ରାମର ପୁଷ୍ପା ପଲେଇ ବ୍ୟାଙ୍କକୁ ଗୋଲ୍ଡ ଲୋନ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ବେଳେ ତାଙ୍କ ଠାରୁ ଲୁଟ ହୋଇଛି । ମହିଳା ଜଣକ କେଶପୁର ସ୍ଥିତ ଷ୍ଟେଟ ବ୍ୟାଙ୍କକୁ ଗୋଲ୍ଡ ଲୋନ ଟଙ୍କା ଡିପୋଜିଟ କରିବାକୁ ଯାଇଥିଲେ । ହଠାତ ଷ୍ଟେଟ ବ୍ୟାଙ୍କ ନିକଟରେ ଏକ ବ୍ଲ୍ୟୁ କଲର ଟିଭିଏସ ଆପାଚି ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳା ହାତରେ ଧରିଥିବା ବ୍ୟାଗକୁ ଝାମ୍ପି ନେଇଯାଇଥିଲେ । ବ୍ୟାଗକୁ ଟାଣି ନେବା ସମୟରେ ମହିଳା ଜଣଙ୍କ ତଳେ ପଡି ଯାଇଥିଲେ । ଯାହା ଫଳରେ ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ବେଳେ ବ୍ୟାଗ ଭିତରେ ୧୫ ହଜାର ଟଙ୍କା ସହ ପ୍ୟାନ କାର୍ଡ, ବ୍ୟାଙ୍କ ପାସବୁକ, ଆଧାରକାର୍ଡ, ମୋବାଇଲ ଫୋନ ଓ ବିଭିନ୍ନ ଦରକାରୀ କାଗଜପତ୍ର ଥିବା ମହିଳା ଜଣକ କହିଛନ୍ତି । ଅନ୍ୟପଟେ ଖବର ପାଇ ଖଲ୍ଲିକୋଟ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ନିକଟରେ ଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିବା ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!