Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅର୍ଚ୍ଚନାର ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଜେରା ବେଳେ ଅନେକ ତଥ୍ୟ ହାସଲ କରିଛି ଇଡି

by ସଞ୍ଜୟ ସ୍ୱାଇଁ
November 16, 2022
in Crime, State
ଅର୍ଚ୍ଚନାର ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଜେରା ବେଳେ ଅନେକ ତଥ୍ୟ ହାସଲ କରିଛି ଇଡି
167
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବ୍ଲାକମେଲିଂ କ୍ବିନ୍ ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ । ଅର୍ଚ୍ଚନାର ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଜେରା ବେଳେ ଅନେକ ତଥ୍ୟ ହାସଲ କରିଛି ଇଡି । ସିଧାସଳଖ ନହେଲେ ମଧ୍ୟ ଅନେକ ବଡବଡିଆ ଭିନ୍ନ ଭିନ୍ନ ମାଧ୍ୟମରେ ଅର୍ଚ୍ଚନାଙ୍କ ପାଖକୁ ଟଙ୍କା ପଠାଇଛନ୍ତି । ମୁଖ୍ୟତଃ ଏହି କାରବାର ଖଗେଶ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧମ୍ୟରେ ହୋଇଥିବା ଇଡି ଜାଣିବାକୁ ପାଇଛି । ଅର୍ଚ୍ଚନାଙ୍କର ୧୦ଟି ବ୍ୟାଙ୍କରେ ଆକାଉଣ୍ଟ୍ ଥିବା ଯାଞ୍ଚବେଳେ ଜଣା ପଡ଼ିଛି । ଏହି ସବୁ ଆକାଉଣ୍ଟକୁ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଟଙ୍କା ଆସିଛି, ତାହା ପୁଣି ଖଗେଶ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ। ଖଗେଶ୍ୱର ହିଁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ମାଧ୍ୟମ ଥିଲେ ବୋଲି ଇଡି ଜାଣିବାକୁ ପାଇଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହି ଟ୍ରାନଜାକ୍ସନ୍ ତଥ୍ୟ ବ୍ୟାଙ୍କରୁ ମିଳିଯାଇପାରେ । ଏହାପରେ ସମ୍ପୃକ୍ତ ବଡବଡିଆଙ୍କୁ ନୋଟିସ୍ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡିଛି । ସେହିଭଳି ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବାରୁ ସେମାନଙ୍କୁ ମଧ୍ୟ ପଚରାଉଚୁରା କରିଛି ଇଡି । ତଦନ୍ତବେଳେ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଅର୍ଚ୍ଚନା ଓ ତାଙ୍କ ପତି ଜଗବନ୍ଧୁଙ୍କର ୫ଟି ଜାଲ୍ କମ୍ପାନି ରହିଛି। ସେଥିମଧ୍ୟରେ ମାଇନ୍ସ, ଟ୍ରାନ୍ସପୋର୍ଟ, ରିଅଲ ଇଷ୍ଟେଟ୍ ପ୍ରମୁଖ। ସେହିପରି ଖୁବ୍ ଶୀଘ୍ର ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବର ମିଶି କରି ରିଅଲ୍ ଇଷ୍ଟେଲ ବିଜିନେସ୍ ଆରମ୍ଭ କରିଥାନ୍ତେ। ଏଥିପାଇଁ ଏମାନେ ବାଲିଅନ୍ତା ରଙ୍ଗ ବଜାର ଅଞ୍ଚଳରେ ଜମି କିଣିବିକା ନେଇ କେତେକ ଜମି ମାଲିକମାନଙ୍କ ସହିତ କଥବାର୍ତା କରି ସାରିଥିଲେ। କିଛି ଜମି କିଣି ମଧ୍ୟ ସାରିଛନ୍ତି। ସେଠାରେ ଆର୍ପାଟମେଣ୍ଟ୍ ତିଆରି କରି ବିକ୍ରି କରିଥାନ୍ତେ ଖଗେଶ୍ବର ଓ ଅର୍ଚ୍ଚନା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!