ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ ପାଇଁ ସାରା ଭାରତକୁ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ବାହାର ରାଜ୍ୟକୁ ଯାଇ କାମ କରୁଥିବା ଅନେକ ଲୋକ ସେଠାରେ ଫଶି ରହିଛନ୍ତି । ଯାହାକୁ ନେଇ ବାହାରେ ଫସିଥିବା ନୟାଗଡ଼ିଆଙ୍କ ପାଇଁ ଚିନ୍ତା କରିଛନ୍ତି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ଏନେଇ ମନ୍ତ୍ରୀ ଆଜି ଦଳୀୟ କାର୍ଯ୍ୟାଳୟରେ ନିର୍ବାଚନ ମଣ୍ଡଳୀର ନେତୃମଣ୍ଡଳୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି । ପ୍ରତ୍ୟେକ ପଂଚାୟତ ଓ ସହରାଞ୍ଚଳରେ କେତେଲୋକ ବାହାର ରାଜ୍ୟରେ ରହିଛନ୍ତି ତାହାର ଏକ ଚିଠା ପ୍ରସ୍ତୁତ କରିବା ପାଇଁ ସମସ୍ତ ଜନପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାହାର ରାଜ୍ୟରେ ଫସି ରହିଥିବା ନୟାଗଡ଼ିଆଙ୍କୁ କିଭଳି ସୁବିଧା ସୁଯୋଗ ଦିଆଯାଇ ପାରିବ ସେ ନେଇ ମନ୍ତ୍ରୀ ବିସ୍ତୃତ ଆଲୋଚନା କରିଛନ୍ତି । ଏଥିସହିତ ସମସ୍ତ ଜନପ୍ରତିନିଧିଙ୍କ ମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତି କି, ନିଜ ସାମର୍ଥ ମୁତାବକ ସେମାନଙ୍କ ପାଖକୁ କିଛି ଅର୍ଥ ପଠାଇବାର ବ୍ୟବସ୍ଥା କର ।






