Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ, ପ୍ରତାରଣା ପରେ ହତ୍ୟା : ପ୍ରେମିକାକୁ ୩୫ ଖଣ୍ଡ କରିଥିଲା ପ୍ରେମିକ

by ସଞ୍ଜୟ ସ୍ୱାଇଁ
November 14, 2022
in Crime, NATIONAL NEWS
ପ୍ରେମ, ପ୍ରତାରଣା ପରେ ହତ୍ୟା : ପ୍ରେମିକାକୁ ୩୫ ଖଣ୍ଡ କରିଥିଲା ପ୍ରେମିକ
224
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଜଘନ୍ୟ ବୀଭତ୍ସ ଓ ହୃଦୟ ବିଦାରକ । ପ୍ରେମ, ପ୍ରତାରଣା ପରେ ହତ୍ୟା । ପ୍ରେମିକାର ହୃଦୟଭରା ଭଲ ପାଇବାରେ କଳଙ୍କର କଳା ଦାଗ ଲଗାଇଲା ପ୍ରେମିକ । ଲିଭ୍-ଇନରେ ରହିବା ପରେ ବି ଲହୁରେ ଭିଜିଲା ସମ୍ପର୍କ । ମନୋମାଳିନ୍ୟ ପରେ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପ୍ରେମିକ । ଘଟଣାକୁ ଲୁଚାଇବାକୁ ଯାଇ ରଚିଥିଲା ମାଷ୍ଟର ପ୍ଲାନ୍ । ନିଜ ଠାରୁ ଅଧିକ ଭଲ ପାଉଥିବା ପ୍ରେମିକାର ଶବକୁ ୩୫ଖଣ୍ଡ କରିଥିଲା ଅଭିଯୁକ୍ତ ପ୍ରେମିକ । ଏନେଇ ଦିଲ୍ଲୀ ପୋଲିସ ତଦନ୍ତରେ ସାମ୍ନାକୁ ଆସିଛି ସତ । ୫ମାସ ପରେ ଅଭିଯୁକ୍ତ ଖୋଲିଛି ମର୍ଡର ମିଷ୍ଟ୍ରିର ରେଡ୍ ପ୍ଲାନ୍ । ଏହି ଘଟଣା ଏବେ ରାଜଧାନୀ ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦିଲ୍ଲୀ ପୋଲିସ ଏହି ଜଘନ୍ୟ ହତ୍ୟାକାଣ୍ଡର ଖୁଲାସା କରିଛି । ମୁମ୍ବାଇ ଭଲ ପାଇବା ଠାରୁ ଦିଲ୍ଲୀରେ ହତ୍ୟା ପର୍ୟ୍ୟନ୍ତ ମର୍ଡର ମିଷ୍ଟ୍ରିର ଗୋଟିଏ ଗୋଟିଏ ଫର୍ଦ୍ଦ ଖୋଲିଛି ପୋଲିସ । ୨୬ ବର୍ଷିୟା ମୃତ ଶ୍ରଦ୍ଧା ଓ୍ବାକର ମୁମ୍ବାଇର ଏକ ମିଲେନିୟମ କମ୍ପାନୀର କଲ୍ ସେଣ୍ଟରରେ ଚାକିରି କରୁଥିଲେ । ଏହି ସମୟରେ ଶ୍ରଦ୍ଧାଙ୍କ ସହିତ ଆଫତାବ୍ ଅମିନଙ୍କ ଭେଟ ହୋଇଥିଲା । ଆଉ ଏଇଠୁ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ମଧୁର ପ୍ରେମ । ସମ୍ପର୍କ ନିବିଡ଼ତା ହେବା ପରେ ଲିଭ୍-ଇନ୍ ରହିଥିଲେ ଦୁହେଁ । ଏନେଇ ପରିବାର ଲୋକ ଜାଣି ପରେ ବିରୋଧ କରିବା ଆରମ୍ଭ କରିଥିଲେ । ପରେ ହଠାତ୍ ମୁମ୍ବାଇ ଛାଡ଼ି ଦିଲ୍ଲୀର ମେହରୋଲି ଅଞ୍ଚଳରେ ବସେରା ଆରମ୍ଭ କରିଥିଲେ ପ୍ରେମିକା ଶ୍ରଦ୍ଧା ଓ ପ୍ରେମିକ ଆଫତାବ୍ । ହେଲେ କିଛି ଦିନ ପରେ ହଠାତ୍ ଶ୍ରଦ୍ଧାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲେ । ଏନେଇ ୮ ନଭେମ୍ବରକୁ ଝିଅକୁ ଅପହରଣ କରାଯାଇଛି ମେହରୋଲି ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିବା ସହିତ ମାର୍ଡର ପ୍ଲାନ୍ ଖୁଲାସା କରିଛି । ପୋଲିସର ସୂଚନା, ଦିଲ୍ଲୀରେ ଲିଭ୍-ଇନ୍ ରହିବା ଭିତରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମେ’ ୧୮ ତାରିଖରେ ଏହି ଝଗଡ଼ା ଭୟଙ୍କର ରୂପ ଧାରଣ କରିଥିଲା । ଅବତାଫ୍ ଉତ୍ତେଜିତ ହୋଇ ଶ୍ରଦ୍ଧା ଓ୍ବାକରଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ମୃତଦେହକୁ ୩୦୦ ଲିଟର ରେଫ୍ରିଜେଟରେ ଭର୍ତ୍ତି କରି ରଖିଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରି ପ୍ରତିଦିନ ରାତି ୨ଟାରେ ଫିଙ୍ଗିିଥିଲା। ଏହି ପରି ଭାବେ ୧୮ ଦିନ ମଧ୍ୟରେ ସମସ୍ତ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଭିଯୁକ୍ତ ପ୍ରେମିକ । ସୂଚନାଯୋଗ୍ୟ ଯେ, ୨୦୧୩ ମସିହା ଜୁନ ୨୧ ତାରିଖରେ ଘଟିଥିଲା ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ । ନୟାପଲ୍ଲୀ ଅଞ୍ଚଳରେ ରହୁଥିବା କର୍ଣ୍ଣେଲ ସୋମନାଥ ପରିଡା ତାଙ୍କ ସ୍ତ୍ରୀ ଉଷାଶ୍ରୀଙ୍କୁ ହତ୍ୟା କରିଥିଲେ । ୨୧ଟି ଷ୍ଟିଲ ଡବା ଓ ଦୁଇଟି ବଡ ବାକ୍ସରେ ଶରୀରକୁ ଖଣ୍ଡ ଖଣ୍ଡ କରି ରଖିଥିଲେ । ଏପରିକି ଉଷାଶ୍ରୀଙ୍କ ମୁଣ୍ଡ ଭର୍ତି ଗୋଟିଏ ଟିଫିନ, ଆରି, କରତ, ୨୫ ବୋତଲ ଫିନାଇଲ, ଚଟାଣ ସଫେଇ ଏସିଡ ଜବତ କରିଥିଲା ପୋଲିସ । ସୋମନାଥଙ୍କ ଲାଏ ଡିଟେକସନ କରିଥିଲା ପୋଲିସ । ତେବେ ସୋମନାଥ ତାଙ୍କ ପତ୍ନୀଙ୍କୁ ହତ୍ୟା କରିନଥିବା କହିଥିଲେ । ଉଷାଶ୍ରୀଙ୍କ ଡିଏନଏ, ଭେସେରା, ଖପୁରୀ ପରୀକ୍ଷା ମଧ୍ୟ କରାଯାଇଥିଲା । ସମୁଦାୟ ଘଟଣାରେ ୨୯ ଜଣଙ୍କର ସାକ୍ଷ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ନାୟକ ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡା ଘଟଣାକୁ ଚାପିବା ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ । ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ତାଙ୍କ ଘରର ସମସ୍ତ କବାଟ ଝରକା ବନ୍ଦ କରି ରଖୁଥିଲେ । ଏପରକି ଝିଅ ଲେଖା ପରିଡା ଫୋନ୍ କରି ତାଙ୍କ ମା’ ଉଷାଶ୍ରୀଙ୍କ ବିଷୟରେ ପଚାରିଥିଲେ । ମାତ୍ର ଉଷାଶ୍ରୀଙ୍କ ଦେହ ଖରାପ ଥିବା କହି ବାରମ୍ବାର ଝିଅର ଫୋନ୍ କାଟି ଦେଉଥିଲେ । ଯାହାକୁ ନେଇ ତାଙ୍କ ଝିଅଙ୍କର ସନ୍ଦେହ ହୋଇଥିଲା । ସେ ଏ ନେଇ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଏହାସହ ନୟାପଲୀ ଥାନକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା । କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଗିରଫ କରିଥିଲା ପୋଲିସ

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!