Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜେଇଇ ଢାଞ୍ଚାରେ ପିଜି ନାମଲେଖା

by ସଞ୍ଜୟ ସ୍ୱାଇଁ
November 14, 2022
in Education, State
ଜେଇଇ ଢାଞ୍ଚାରେ ପିଜି ନାମଲେଖା
101
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜେଇଇ ଢାଞ୍ଚାରେ ହେବ ପିଜି ନାମଲେଖା । ଉଚ୍ଚଶିକ୍ଷା ବିଭାଗ ଅଧିନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ଆଡମିଶନ ଲାଗି ଆଉ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ ନାହିଁ । ୨୦୨୩-୨୪ ଶିକ୍ଷାବର୍ଷରୁ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପଦ୍ଧତିରେ ପରିବର୍ତ୍ତନ କରାଯିବ । ଜେଇଇ ଢାଞ୍ଚାରେ ପରୀକ୍ଷା କରିବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ ସରକାରୀ ବିଶ୍ୱବିଦ୍ୟାଳୟର ୩ ଜଣ କୁଳପତିଙ୍କୁ ନେଇ ଏକ କମିଟି ଗଠନ କରାଯାଉଛି । ତେବେ ଅନେକ ବିଦ୍ୟାଳୟରେ ଆଡମିଶନ ସରିଥିବା ବେଳେ କିଛି କିଛି କଲେଜରେ ସିଟ୍ ପୂରଣ ହେଉନଥିବା ସୂଚନା ମିଳିଛି । ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଭଳି ସିଟ୍ ରହିଛି, ଯାହାର ଅଧାରୁ ଅଧିକ ସିଟ୍ ଖାଲି ପଡିଛି । ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପ୍ରକ୍ରିୟାରେ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ହଟହଟା ହେବାକୁ ପଡୁଛି । ଯେଉଁଥିପାଇଁ ପିଲାମାନେ ନିଜ ଆଗ୍ରହୀ କଲେଜରେ ପାଠ ପଢିପାରୁ ନାହାଁନ୍ତି । ଖାସ୍ କରି ଏକକ ପିଜି ନାମଲେଖା ପ୍ରକ୍ରିୟାରେ ସାମିଲ ପ୍ରାୟ ୭୭ଟି ଶିକ୍ଷାନୁଷ୍ଠାନରେ ସିଟ୍ ଖାଲି ରହିଥିବା ସୂଚନା ମିଳିଛି । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକରେ ପିଜି ଆଡମିଶନ ପାଇଁ ୪ ମାସ ହେଲା ପ୍ରକ୍ରିୟା ଚାଲିଛି । ଯଦିଓ +୩ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇନଥିଲେ ମଧ୍ୟ ସିପିଇଟି ପାଇଁ ଆବେଦନ ଆରମ୍ଭ ହୋଇଥିଲା । ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୨୫ ଅକ୍ଟୋବରରେ ମେଧା ତାଲିକା ପ୍ରକାଶ ପାଇଥିଲା । ପରେ ନଭେମ୍ବର ୨୦ ସୁଦ୍ଧା ଆଡମିଶନ ଶେଷ ପାଇଁ ଧାର୍ୟ୍ୟ ହୋଇଥିଲା । କିନ୍ତୁ ଧାର୍ୟ୍ୟ ସମୟରେ କୌଣସି କାମ ହେଉନଥିବାରୁ ବିଭାଗ ପକ୍ଷରୁ ବାରମ୍ବାର ସମୟ ପରିବର୍ତ୍ତନ କରିବାକୁ ପଡୁଛି । ତେବେ ଡିସେମ୍ବରରେ ପାଠପଢା ନେଇ ଧାର୍ୟ୍ୟ ହୋଇଥିବାରୁ କିଛି ଶିକ୍ଷାନୁଷ୍ଠାନରେ ପାଠପଢର ଆରମ୍ଭ ହୋଇଗଲାଣି । ଏଭଳି ସମୟରେ ଅନେକ ଛାତ୍ରଛାତ୍ରୀ ଆଡମିଶନ ଅପେକ୍ଷାରେ ରହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!