Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁକ ଦେଖାଇ ୫ଲକ୍ଷ ଲୁଟିନେଲେ

by ସଞ୍ଜୟ ସ୍ୱାଇଁ
November 14, 2022
in Crime, State
ବନ୍ଧୁକ ଦେଖାଇ ୫ଲକ୍ଷ ଲୁଟିନେଲେ
23
VIEWS
Share on FacebookShare on Twitter

ସାଲେପୁର, (ବାଘୁଆବାର୍ତ୍ତା): ପ୍ରଥମେ ବାଇକ୍ ଆଗରେ ରଖି ଗାଡ଼ି ଅଟକାଇଲେ। ପରେ ମିକ୍ସଚର କମ୍ପାନୀ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଫିଲ୍ମ ଷ୍ଟାଇଲରେ ୫ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଲେ। ଏପରି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ରାଣୀପଡ଼ାଠାରେ। ଗତକାଲି ଏକ ଘରୋଇ ମିକ୍ସଚର କମ୍ପାନୀର ପିକଅପ୍‌ ଭ୍ୟାନ ବିଭିନ୍ନ ଦୋକାନରେ ମିକ୍ସଚର ଦେଇ ଟଙ୍କା କଲେକ୍ସନ କରି କେନ୍ଦ୍ରାପଡ଼ାରୁ ଫେରୁଥିଲା। ଏହି ସମୟରେ ରାଣୀପଡା ଠାରେ ଏକ ବାଇକରେ ୩ଜଣ ଯୁବକ ଆସି ଗାଡ଼ି ଆଗରେ ବାଇକ ରଖି ଠିଆ ହୋଇଯାଇଥିଲେ। ପରେ ପିକ୍‌ଅପ୍‌ ଭ୍ୟାନଟି କିଛି ଉପାୟ ନପାଇ ରାସ୍ତାରେ ଅଟକି ଯାଇଥିଲା। ପରେ ୩ଲୁଟେରା ମିକ୍ସଚର କମ୍ପାନୀ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ। ମିକ୍ସଚର କମ୍ପାନୀ କର୍ମଚାରୀ ଭୟଭୀତ ହୋଇ କଲେକ୍ସନ କରିଥିବା ୫ଲକ୍ଷ ଟଙ୍କା ଦେଇଥିଲେ। ପରେ ଲୁଟେରା ବାଇକ୍ ନେଇ ସେଠାରୁ ଚମ୍ପଟ ମାରିଥିଲେ। ମିକ୍ସଚର କମ୍ପାନୀ କର୍ମଚାରୀ ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!