Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ, ୬ ମୃତ

by ସଞ୍ଜୟ ସ୍ୱାଇଁ
November 13, 2022
in WORLD
ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ, ୬ ମୃତ
132
VIEWS
Share on FacebookShare on Twitter

ଟେକ୍ସାସ, (ବାଘୁଆବାର୍ତ୍ତା): ରାସ୍ତାରେ ଗାଡ଼ି ଧକ୍କା ହେଇ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି ତାହା ସମସ୍ତେ ଜାଣୁଛେ। ହେଲେ ମଝି ଆକାଶରେ ଦୁଇ ବିମାନ ଧକ୍କା ହେବା କଥା ଆପଣ ସ୍ୱପ୍ନରେ ବି ଭାବିଲେ ଭୟ ଲାଗିବ। ହେଲେ ଆମେରିକାର ଟେକ୍ସାସ୍‌ରେ ଏଭଳି ଭୟଙ୍କର ଘଟଣା ଘଟିଛି। ମଝି ଆକାଶରେ ପରସ୍ପର ସହ ଧକ୍କା ହୋଇଛି ଦୁଇ ବିମାନ। ଧକ୍କା ହେବା ପରେ ଦୁଇମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହିତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସ୍ମରଣରେ ଟେକ୍ସାସର ଡାଲ୍ଲାସରେ ଶନିବାର ଏକ ଏୟାର ଶୋର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଁ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ। ଡେଲାସ ଏକ୍‌ଜିକ୍ୟୁଟିଭ ଏୟାରପୋର୍ଟରେ ଏୟାର ଶୋ’ ଚାଲିଥିବା ବେଳେ ଦିନ ୧.୨୦ ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଫେଡେରାଲ ଏଭିଏଶନ ଆଡିମିନିଷ୍ଟ୍ରେସନ(FAA) ସୂଚନା ଦେଇଛି। ତେବେ ବିମାନ କେତେ ଜଣ ବସିଥିଲେ। ଏହି ଘଟଣାର କାହାର ଜୀବନ ଯାଇଛି କି ନା ସେ ନେଇ ପ୍ରଥମେ କୌଣସି ସୂଚନା ମିଳି ନଥିଲା। ହେଲେ ପରେ ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଘଟଣା ବେଳେର ଭିଡିଓ ଭାଇରାଲ୍ ହେବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଭୟଭୀତ କରିଛି। ଗୋଟିଏ ବିମାନ ଆଉ ଏକ ବିମାନ କୁ ପଛରୁ ଧକ୍କା ହେବା ପରେ ଦୁଇ ବିମାନ କ୍ରାସ୍ ହୋଇ ତଳେ ପଡ଼ିଯାଉଛନ୍ତି। ଆଉ ଭୟଙ୍କର ବିସ୍ଫୋରଣ ହେଉଛି। ବିମାନ ଦୁର୍ଘଟଣା ହେବା ପରେ ଏମାର୍ଡଜେନ୍ସି ଷ୍ଟାଫ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସତର୍କତା ମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ମାମଲାରେ ଏଫ୍‌ଏଏ ଏବ ନ୍ୟାସ୍‌ନାଲ ଟ୍ରାନ୍ସପୋର୍ଟେସନ ସେଫ୍‌ଟି ବୋର୍ଡ ତଦନ୍ତ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!