ନିଶ୍ଚିନ୍ତକୋଇଲି, (ବାଘୁଆବାର୍ତ୍ତା): ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବାପା, ପୁଅଙ୍କୁ ମରଣାନ୍ତକ ଆକ୍ରମଣ । ଉଭୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ନେମାଳ ଥାନା ନାହାଳପୁର ଗ୍ରାମରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦାଉଦପୁର ପଞ୍ଚାୟତ ନାହାଳପୁର ଗ୍ରାମର ବାପା-ପୁଅଙ୍କୁ ମରଣାନ୍ତକ ଆକ୍ରମଣରେ କଲେ ଦୁର୍ବୁତ୍ତ । ବାପା ଅରକ୍ଷିତ ସାହୁ ଆଉ ପୁଅ ରମେଶ ସାହୁଙ୍କୁ କଟୁରୀରେ ହାଣିବା ସହ ପଥରରେ ଛେଚି ଆକ୍ରମଣ ହୋଇଛି । ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କୁ ହସ୍ପଟିଲାରେ ଭର୍ତ୍ତି କରାଯାଇଛି। ଏନେଇ ଅରକ୍ଷିତଙ୍କ ପତ୍ନୀ ନେମାଳ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଦୁଇଜଣ ସେହି ଗ୍ରାମର ବୋଲି ଜଣାପଡ଼ିଛି । ପୁଲିସ ଏତଲା ଗ୍ରହଣ କରି ଏ ଦିଗରେ ତୁରନ୍ତ ତଦନ୍ତ ଆରମ୍ଭ କରିଛି ।





