Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୃତକଙ୍କ ପରିବାରକୁ ସହାୟତା ଘୋଷଣା ପରେ ହଟିଲା ଆନ୍ଦୋଳନ

by Anil Panda
April 11, 2020
in Breaking
ମୃତକଙ୍କ ପରିବାରକୁ ସହାୟତା ଘୋଷଣା ପରେ ହଟିଲା ଆନ୍ଦୋଳନ
20
VIEWS
Share on FacebookShare on Twitter

ଚାନ୍ଦପୁର ଗୋଷ୍ଠୀ ସଂଘର୍ଷ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ରଣପୁର ଅନ୍ତର୍ଗତ ଚାନ୍ଦପୁର ଥାନା ଅଂଚଳରେ ଆଜି ଏକ କାଜୁ ଜଙ୍ଗଲକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ସଂଘର୍ଷ ଘଟଣାରେ ମୃତକଙ୍କ ଶବ ରଖି ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା । ଖବରପାଇ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପରେ ସହାୟତା ଘୋଷଣା କରିଥିଲେ । ଫଳରେ ଆନ୍ଦୋଳନ ପ୍ରଶମିତ ହୋଇଛି । ସୂଚନାନୁସାରେ, ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡ଼ା ଗାଁରେ କାଜୁ ଜଙ୍ଗଲକୁ ସେଇ ଗାଁର ବେଣୁଧର ପ୍ରଧାନ ନିଲାମ ଆଣି ଜଗାରଖା କରୁଥିଲେ । ଯାହାକୁ ନେଇ ଗାଁର ଅନ୍ୟ ଗୋଷ୍ଠୀ ସହ ବିବାଦ ସୃଷ୍ଟି ହୋଇଥିଲା । ଗତକାଲି ବେଣୁଧର କିଛି ଶ୍ରମିକଙ୍କୁ ନେଇ କାଜୁ ଜଙ୍ଗଲରୁ କାଜୁ ମଂଜି ସଂଗ୍ରହ କରୁଥିବା ଅନ୍ୟ ଗୋଷ୍ଠୀର ୨୫ରୁ ଉର୍ଦ୍ଧ୍ୱ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ସେଠାରେ କାମ କରୁଥିବା ଦୁର୍ଗା ପ୍ରଧାନ ଓ ବିରଂଚି ପ୍ରଧାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମୋଟ ୧୧ ଜଣ ଆହାତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ପ୍ରଥମେ ଚାନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ମୃତ ଦୁର୍ଗାଙ୍କ ପରିବାର ଥାନା ସମ୍ମୁଖରେ ଶବ ରଖି କ୍ଷତି ପୂରଣ ଦାବି କରି ଆନ୍ଦୋଳନ ଚଳାଇଥିଲେ । ଆଜି ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ ମୃତକଙ୍କ ପôତୀଙ୍କୁ ଭତ୍ତା ସହ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରାଯିବାକୁ ଘୋଷଣା କରିଛନ୍ତି । ପରେ ଆନ୍ଦୋଳନ ପ୍ରଶମିତ ହୋଇଥିବା ଜଣାଯାଇଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!