Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟଙ୍କା ପାଇଁ ଆମ ଝିଅକୁ ମାରି ଟାଙ୍ଗି ଦେଲେ

by ସଞ୍ଜୟ ସ୍ୱାଇଁ
November 11, 2022
in Crime, State
ଟଙ୍କା ପାଇଁ ଆମ ଝିଅକୁ ମାରି ଟାଙ୍ଗି ଦେଲେ
133
VIEWS
Share on FacebookShare on Twitter

ସାଲେପୁର, (ବାଘୁଆବାର୍ତ୍ତା): ୨ ଲକ୍ଷ ଯୌତୁକ ପାଇଁ ଆମ ଝିଅର ଜୀବନ ନେଇଗଲେ ଶାଶୁ ଘର ଲୋକେ। ପିଟି ପିଟି ମାରିଦେବା ପରେ ତାକୁ ଆଣି ମେଡିକାଲରେ ପକାଇ ଦେଇ ପଳାଇଲେ।’ ଏପରି ଅମାନବୀୟ ଘଟଣା କଟକ ଜିଲ୍ଲା ଅଧୀନ ମାହାଙ୍ଗା ମେଡିକାଲରେ ଦେଖିବାକୁ ମିଳିଥିବା ବେଳେ ଏପରି ଅଭିଯୋଗ କରିଛନ୍ତି ମୃତା ମହିଳାଙ୍କ ପରିବାର ଲୋକେ । ମୃତା ମହିଳା ହେଲେ ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳର ଝିଅ ଝୁନି ସିଂହ । ଯାଜପୁର ଜିଲ୍ଲା ପତରାଜପୁର ଗାଁର ଗଣେଶ୍ୱର ସାହୁଙ୍କୁ କୁନି ସିଂହ ୨୦୧୬ ମସିହାରେ ବିବାହ କରିଥିଲେ। ଉଭୟଙ୍କର ଏକ ୫ ବର୍ଷର ପୁଅ ଅଛି। ଏହାପରେ ବି ଅଧିକ ୨ ଲକ୍ଷ ଯୌତୁକ ଆଣିବା ପାଇଁ ଶାଶୁ ଘର ଲୋକେ କୁନିଙ୍କୁ ନିର୍ୟାତନା ଦେଉଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଝୁନି ସିଂହଙ୍କ ଶାଶୁ ଘର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଉଦ୍ଧାର କରି ମାହାଙ୍ଗା ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମେଡିକାଲରେ ମୃତଦେହ ପଡ଼ିଥିବା ବେଳେ ଶାଶୁ ଘର ଲୋକେ ପଳାଇଥିଲେ। ଖବର ପାଇ ଗତ ରାତିରେ କୁନିଙ୍କ ବାପଘର ଲୋକେ ମାହାଙ୍ଗା ମେଡିକାଲରେ ପହଞ୍ଚିଥିବା ବେଳେ ସେମାନଙ୍କୁ କିନ୍ତୁ ମୃତଦେହ ନିକଟକୁ ଛଡ଼ା ଯାଇ ନ ଥିଲା। ଫଳରେ ଗତକାଲିଠୁ ଆଜି ପର୍ୟ୍ୟନ୍ତ ସେମାନେ ଅଖିଆଅପିଆ ମେଡିକାଲ ସମ୍ମୁଖରେ ପଡ଼ି ରହିଥିଲେ। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ୍‌ ମୃତଦେହକୁ ଦେଖିବାକୁ ପରିବାର ଲୋକଙ୍କୁ ଅନୁମତି ଦେଇଥିଲା। ଯୌତୁକ ପାଇଁ ଆମ ଝିଅକୁ ଶାଶୁ ଘର ଲୋକେ ମାରି ଟାଙ୍ଗି ଦେଇଥିବା କୁନିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ୍‌ ତାଙ୍କ ସ୍ୱାମୀଙ୍କୁ ଉଠାଇ ଆଣି ପଚରାଉଚରା କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!