କୋରାପୁଟ, (ବାଘୁଆବାର୍ତ୍ତା): କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ରାମଗିରି ଜଙ୍ଗଲରେ ଏସ୍ଓଜି ଯବାନ ଓ ନକ୍ସଲ ମୁହାଁମୁହିଁ । ଗୁଳି ବିନିମୟରେ ୨ଜଣ ନକ୍ସଲ ନିହତ। ଘଟଣାସ୍ଥଳରେ ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ଜାରି। ସୂଚନା ଅନୁଯାୟୀ, ରାମଗିରି ଜଙ୍ଗଲରେ ନକ୍ସଲ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଏସ୍ଓଜି ଯବାନମାନେ ରାମଗିରି ଜଙ୍ଗଲରେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ। ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲେ। ସୁରକ୍ଷାବାହିନୀ ଏହାର ପ୍ରତିଜବାବ ଦେଇଥିଲା। ଏହି ଗୁଳିବିନିମୟରେ ୨ ନକ୍ସଲ ନିହତ ହୋଇଛନ୍ତି। ଏସ୍ଓଜି ପକ୍ଷରୁ ରାମଗିରି ଜଙ୍ଗଲରେ କମ୍ବିଂ ଅପରେସନ ଜୋରଦାର କରାଯାଉଥିବା ଜଣାପଡିଛି।





