Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲରେ ପାକିସ୍ତାନ

by ସଞ୍ଜୟ ସ୍ୱାଇଁ
November 9, 2022
in Sports, WORLD
ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡକୁ  ହରାଇ ଫାଇନାଲରେ ପାକିସ୍ତାନ
72
VIEWS
Share on FacebookShare on Twitter

ସିଡ୍‌ନୀ, (ବାଘୁଆବାର୍ତ୍ତା): ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପ୍ରଥମ ଦଳ ଭାବେ ପାକିସ୍ତାନ ଫାଇନାଲରେ ପହଞ୍ଚିଛି। ବୁଧବାର ସିଡ୍‌ନୀରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଯେଉଁ ଦଳ ଜିତିବି, ସେ ଫାଇନାଲରେ ପାକିସ୍ତାନ ସହ ଖେଳିବ। ଆଜି ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା। ଦଳ ପକ୍ଷରୁ ଡାରିଲ୍ ମିଚେଲ ଅପରାଜିତ ରହି ସର୍ବାଧିକ ୫୩ ରନ୍ କରିଥିଲେ। ସେ ୩୫ଟି ବଲ୍‌ରୁ ୩ଟି ଚୌକା ଓ ଗୋଟିଏ ଛକା ସହାୟରେ ସେ ଏହି ରନ୍ ସଂଗ୍ରହ କରିଥିଲେ। ଅଧିନାୟକ କେନ୍ ୱିଲିୟମସନ୍ ୪୨ଟି ବଲ୍‌ରୁ ୪୬ ରନ୍ କରିଥିଲେ। ତା’ ମଧ୍ୟରେ ମାତ୍ର ଗୋଟିଏ ଚୌକା ଓ ଛକା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଓପନର ଫିନ୍ ଆଲେନ୍ ୪ ରନ୍ କରିଥିବା ବେଳେ ଡେଭନ କନୱେ ୨୧ (୨୦ ବଲ୍‌) ଓ ଗ୍ଲେନ୍ ଫିଲିପ୍ସ ୬ ରନ୍ କରିଥିଲେ। ଜେମ୍‌ସ ନୀଶାମ ୧୨ଟି ବଲ୍‌ରୁ ୧୬ ରନ୍ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୨ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ନୱାଜ ଗୋଟିଏ ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ୧୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ୩ଟି ୱିକେଟ୍ ହରାଇ ହାସଲ କରି ନେଇଥିଲା ପାକିସ୍ତାନ। ଦଳ ପକ୍ଷରୁ ଓପନର ମହମ୍ମଦ ରିଜୱାନ ଓ ବାବର ଆଜମ ଦମ୍‌ଦାର ଇନିଂସ ଖେଳିଥିଲେ। ଦୁହେଁ ଶତକୀୟ ଭାଗିଦାରୀ କରିଥିଲେ। ଉଭୟ ଅର୍ଦ୍ଧଶତକ କରିଥିଲେ। ୧୨.୪ ଓଭରରେ ଅଧିନାୟକ ବାବର ଆଜମ ଆଉଟ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌ରେ ସେ ଡେରିଲ ମିଚେଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ପ୍ୟାଭିଲିୟନକୁ ଫେରିଲା ବେଳକୁ ସେ ୪୨ ବଲ୍‌ରେ ୭ଟି ଚୌକା ସହାୟତାରେ ୫୩ ରନ୍ କରିଥିଲେ। ବାବର ଆଉଟ୍ ହୋଇଯିବା ପରେ ମହମ୍ମଦ ରିଜୱାନଙ୍କ ସହିତ ଯୋଡ଼ି ହୋଇଥିଲେ ମହମ୍ମଦ ହାରିସ୍‌। ତେବେ ୧୬.୬ ଓଭରରେ ରିଜୱାନ ଆଉଟ୍ ହୋଇଯାଇଥିଲେ। ସେ ୪୩ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ୫୭ ରନ୍ କରିଥିଲେ। ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌ରେ ଗ୍ଲେନ୍ ଫିଲିପ୍ସଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ୧୮.୬ ଓଭରରେ ମହମ୍ମଦ ହାରିସ୍ ୨୬ଟି ବଲ୍‌ରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୦ ରନ୍ କରିଥିଲେ। ଶାନ୍ ମାସୁଦ୍ ୩ ରନ୍ କରି ଅପରାଜିତ ରହିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!