Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ କୋଟିର ବ୍ରାଉନ୍‌ସୁଗର ଜବତ: ରଣପୁରର ରାକେଶ ସାମନ୍ତରାୟ ଗିରଫ

by ସଞ୍ଜୟ ସ୍ୱାଇଁ
November 9, 2022
in Crime, Nayagarh, State
୨ କୋଟିର ବ୍ରାଉନ୍‌ସୁଗର ଜବତ: ରଣପୁରର ରାକେଶ ସାମନ୍ତରାୟ ଗିରଫ
246
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଏସଟିଏଫ ହାତରେ ବ୍ରାଉନସୁଗର ବେପାରୀ । ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନସୁଗର ଜବତ କରିଥିବା ବେଳେ ରଣପୁର ର ବ୍ରାଉନସୁଗର ବେପାରୀ ରାକେଶ ସାମନ୍ତରାୟ ଗିରଫ କରିଛି ଏସଟିଏଫ ଟିମ୍ । ସୁଚନାନୁସାରେ ରାଜଧାନୀ ଭୁବନେଶ୍ୱର ନିକଟ ତଥା ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ନିକଟରୁ ୨ କିଲୋ ୨୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ। ଖୋର୍ଦ୍ଧା ଜିଲ୍ଲା ପୁଲିସ ସହଯୋଗ ନେଇ ଏସ୍‌ଟିଏଫ୍ ଆଜି ଭୋରରୁ କରିଥିବା ଚଢ଼ାଉରେ ଏହି ନିଷିଦ୍ଧ ନିଶା ସାମଗ୍ରୀ ଜବତ ହୋଇଛି। ଯାହାର ଅନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ। ବ୍ରାଉନ୍‌ସୁଗାର ଚୋରାଚାଲଣ କରୁଥିବା ଜଣ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଅନ୍ଧାରୁଆରର ରାକେଶ ସାମନ୍ତରାୟ। ସର୍ଚ୍ଚ ବେଳେ ତାଙ୍କ ନିକଟରୁ ଛୁରୀ ଓ ଅନ୍ୟାନ୍ୟ ଆପତିଜନକ ଜିନିଷ ଜବତ କରାଯାଇଛି। ତାଙ୍କୁ ଗିରଫ କରାଯିବା ପରେ ଖୋର୍ଦ୍ଧା ଏଡିଜେଙ୍କ କୋର୍ଟରେ ହାଜର କରାଯାଇଛି। ଏନେଇ ଏକ ମାମଲା କରାଯାଇ ତଦନ୍ତ ଚାଲି ରହିଥିବା ଏସ୍‌ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତ ଜଣକ ୨୦୧୮ରେ ସଂଗଠିତ ଏକ ହତ୍ୟା ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ନିକଟରେ କଣ୍ଡିସନାଲ ବେଲ ପାଇ ବାହାରକୁ ଆସିଥିଲେ। ଖଣ୍ଡଗିରି ଥାନାରେ ତାଙ୍କ ନାମରେ ଏହି ହତ୍ୟା ମାମଲା ରହିଛି। ୨୦୨୦ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଡ୍ରାଇଭ୍‌ରେ ଏ ପର୍ୟ୍ୟନ୍ତ ଏସ୍‌ଟିଏଫ୍‌କୁ ୬୧ କେଜିରୁ ଅଧିକ ପରିମାଣର ହେରୋଇନ୍ ଓ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ସେହିପରି ୨୦୨ ଗ୍ରାମର କୋକେନ୍, ୧୧୧ କ୍ୱିଣ୍ଟାଲ ଗଞ୍ଜେଇ ଓ ଭାଙ୍ଗ, ୭୫୦ ଗ୍ରାମ ଅଫିମ ଜବତ କରାଯାଇଛି। ଏହି ମାମଲାଗୁଡ଼ିକରେ ୧୬୩ ଜଣଙ୍କୁ ଗିରଫ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!