Sunday, November 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁଦ୍ଧରୁ ପଛ ଘୁଞ୍ଚା ଦେଲେ ଗୁଳି ମାର

by ସଞ୍ଜୟ ସ୍ୱାଇଁ
November 6, 2022
in WORLD
ଯୁଦ୍ଧରୁ ପଛ ଘୁଞ୍ଚା ଦେଲେ ଗୁଳି ମାର
218
VIEWS
Share on FacebookShare on Twitter

ମସ୍କୋ, (ବାଘୁଆବାର୍ତ୍ତା): ଯୁଦ୍ଧ ଲଢ଼ ନହେଲେ ଗୁଳି ଖାଅ। ରୁଷ ସୈନିକଙ୍କ ପାଇଁ ଏଭଳି କିଛି କର ବା ମର ପରିସ୍ଥିତି ସୃଷ୍ଟି କରିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ୟୁକ୍ରେନ ବିରୋଧରେ ଯୁଦ୍ଧ ବେଳେ ଦେଖିବାକୁ ମିଳିଛି ପୁଟିନଙ୍କ ଆଉ ଏକ ରୂପ। ଯୁଦ୍ଧରେ ଯେଉଁ ରୁଷ ସୈନ୍ୟ ପଛଘୁଞ୍ଚା ଦେଉଛନ୍ତି ତାଙ୍କୁ ଗୁଳି ମାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ଏପରି କିଛି ଦାବି କରିଛି। ବ୍ରିଟେନ ଦାବି କରିଛି ଯେ, ରୁଷର ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧରୁ ପଛକୁ ଫେରି ଆସିଥିବା ସୈନିକମାନଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ରୁଷ ଏଥିପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ନିୟୋଜିତ କରିଛି। ରୁଷ ସେନା ମଧ୍ୟରେ ଯୁଦ୍ଧକୁ ନେଇ ଉତ୍ସାହ ଏବଂ ମନୋବଳ ହ୍ରାସ ପାଇଥିବାରୁ ପୁଟିନ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ରିପୋର୍ଟ ମୁତାବକ, ଯଦି ଚେତାବନୀ ଦେବା ପରେ ମଧ୍ୟ ସୈନିକମାନେ ମାନିବାକୁ ପ୍ରସ୍ତୁତ ନହୁଅନ୍ତି ତେବେ ସେମାନଙ୍କୁ ଗଳି କରିବାକୁ ମଧ୍ୟ ପୁଟିନ କହିଛନ୍ତି। ଖବର ଅନୁଯାୟୀ, ଖାର୍ସେନରେ ୟୁକ୍ରେନ ସୈନ୍ୟମାନଙ୍କର ବଢୁଥିବା ପ୍ରଭାବକୁ ଦେଖି ଯୁଦ୍ଧରୁ ଓହରିଯିବାକୁ ଅନୁରୋଧ କରୁଛନ୍ତି ପୁଟିନଙ୍କ ସୈନ୍ୟ। ଯାହାକୁ ପୁଟିନ ଗ୍ରହଣ କରୁନାହାନ୍ତି। ସେପ୍ଟେମ୍ବର ମାସରେ ରୁଷକୁ ମିଳିଥିବା ବଡ ବିଫଳତା ଓ ୟୁକ୍ରେନ୍ ପୁଣିଥରେ ନିଜ ଅଞ୍ଚଳକୁ କବ୍‌ଜା କରିବା ପରେ ରୁଷ ସୈନିକଙ୍କ ମନୋବଳ ଭାଙ୍ଗି ଯାଇଥିବା ବିଭିନ୍ନ ରିପୋର୍ଟରେ କୁହାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!