ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀ ଉପକଣ୍ଠରେ ରେଭ୍ ପାର୍ଟି । ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାଲିଥିଲା ପାର୍ଟି । ରଙ୍ଗୀନ ଆଲୋକ ସାଙ୍ଗକୁ ଡିଜେ ମ୍ୟୁଜିକ ଝୁମୁଥିଲେ ଯୁବକ ଓ ଯୁବତୀ । ନିୟମକୁ ଖୋଲାଖୋଲି ଉଲ୍ଲଂଘନ ନେଇ ରିସୋର୍ଟରେ ଅତର୍କିତ ଚଢାଉ କରିଥିଲା ଚନ୍ଦକା ଥାନା ପୋଲିସ । ରେଭ୍ ପାର୍ଟିରେ ଚଢାଉ କରିବା ସହ ପୋଲିସ ସେଠାରେ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରିଥିଲା । ମିଳିଥିବା ସୂଚନା ମୁତାବକ ପୋଲିସର ବିନା ସୂଚନାରେ ଚନ୍ଦକା ଥାନା ଅଞ୍ଚଳରେ ରେଭ ପାର୍ଟି ଚାଲିଥିଲା । ନିଶା ସେବନ ସାଙ୍ଗକୁ ସେଠାରେ ଜମିଥିଲା ନୃତ୍ୟ ଗୀତର ଆସର । ଏ ନେଇ ପୋଲିସ ସୂଚନା ପାଇବା ପରେ ପାର୍ଟି ଚାଲିଥିବା ସ୍ଥାନରେ ଚଢାଉ କରିଥିଲା । ସମସ୍ତ କାର୍ୟ୍ୟକ୍ରମକୁ ବନ୍ଦ କରିବା ସହ ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି ପୋଲିସ । ରିସୋର୍ଟରୁ ବିପୁଳ ପରିମାଣର ମଦ ଜବତ ହୋଇଛି ।





