ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରୀ କବଳରୁ ସହରକୁ ସୁରକ୍ଷା ଦେବା ପାଇଁ ଆଜି ପୈାର ପରିଷଦ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି । ପୈାର ପରିଷଦର ସ୍ୱତନ୍ତ୍ର ଗାଡ଼ି ସହ ଅଗ୍ନିଶମ ବିଭାଗ ଦ୍ୱାରା ନିୟୋଜିତ ଦମକଳ ଗାଡ଼ି ସାହାର୍ଯ୍ୟରେ ଏହି ବିଶୋଧନ କାର୍ଯ୍ୟ ଶେଷ ହୋଇଛି । ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଏହାର ତଦାରଖା କରିଥିବା ବେଳେ ନୟାଗଡ଼ ପୁରୁଣା ସହରଠାରୁ ସିନ୍ଦୁରିଆ, ପୁରୁଣା ବସଷ୍ଟାଣ୍ଡ, ବିଭିନ୍ନ ୱାଡ଼, ମାର୍କେଟ କମ୍ପେସ୍କ ଆଦି ବିଶୋଧନ କରାଯାଇଛି ।






