Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୩ରୁ ମାଟ୍ରିକ ସମ୍ମେଟିଭ୍‌ ପରୀକ୍ଷା

by ସଞ୍ଜୟ ସ୍ୱାଇଁ
November 4, 2022
in Education, State
୨୩ରୁ ମାଟ୍ରିକ ସମ୍ମେଟିଭ୍‌ ପରୀକ୍ଷା
374
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଆସନ୍ତା ୨୩ ତାରିଖରୁ ମାଟ୍ରିକ ସମ୍ମେଟିଭ୍‌ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ୩୦ ତାରିଖ ଯାଏଁ ଚାଲିବ। ଚଳିତବର୍ଷ ମୋଟ୍‌ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେଥିପାଇଁ ୩୦୨୯ଟି ସେଣ୍ଟର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ଅଫ୍‌ ସେକେଣ୍ଡେରୀ ଏଜୁକେସନ୍‌ ଅଫ୍‌ ଓଡ଼ିଶା(ବୋର୍ଡ)। ପ୍ରଶ୍ନପତ୍ର ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ଯେଉଁଠାରୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ। ବୋର୍ଡ ସଭାପତିଙ୍କ କହିବା ଅନୁସାରେ ଆଜିଠାରୁ ଆଡ୍‌ମିଟ୍‌ କାର୍ଡ ବୋର୍ଡ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଥିଲା। ପିଲାମାନେ ଚାହିଁଲେ, ସେଠାରୁ ନିଜର ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ନହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରି ନେଇପାରିବେ। ନଭେମ୍ୱର ୧୧ ତାରିଖରୁ ଆରମ୍ଭ ହେବ ଭୋକେସନାଲ୍‌ ପ୍ରାକ୍ଟିକାଲ ପରୀକ୍ଷା। ଏହି ପରୀକ୍ଷା ୧୮ ତାରିଖ ପର୍ୟ୍ୟନ୍ତ ଚାଲିବ। ୧୦୧୨ଟି ସ୍କୁଲରେ ହେବ ପରୀକ୍ଷା। ସେଥିପାଇଁ ପିଲାମାନଙ୍କୁ ରୋଲ୍‌ ନମ୍ୱର ଦରକାର। ତେଣୁ ପରୀକ୍ଷାର ବହୁ ପୂର୍ବରୁ ଚଳିତବର୍ଷ ଆଡ୍‌ମିଟ୍‌ କାର୍ଡ ବୋର୍ଡ ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରାଯାଇଛି। ପିଲାମାନେ ସେହି ଆଡ୍‌ମିଟ୍‌ କାର୍ଡକୁ ଡାଉନ୍‌ଲୋଡ୍‌ କରିବେ। କପି ରୋକିବା ପାଇଁ ୩୬ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ତିଆରି କରାଯିବ। ଏହାଛଡ଼ା ଆଉ ୭୫ଟି ସ୍କ୍ୱାର୍ଡ କରିବା ପାଇଁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ନୋଡାଲ୍‌ ସ୍କୁଲ ଗୁଡ଼ିକରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ନକ୍ସଲ ପ୍ରବଣ ଅଞ୍ଚଳରେ ପରୀକ୍ଷା ପରିଚାଳନା ପାଇଁ ୨୨ଟି ନୋଡାଲ୍‌ ସେଣ୍ଟର ଥାନାରେ କରାଯାଇଛି। କନ୍ଧମାଳରେ ୭, କୋରାପୁଟ୍‌ରେ ୫ ଓ ମାଲକାନଗିରି ଜିଲ୍ଲାରେ ୧୦ଟି ସେଣ୍ଟର ହୋଇଛି ବୋଲି ବୋର୍ଡ ଉପ ସଭାପତି କହିଛନ୍ତି। ସେହିପରି ଚଳିତବର୍ଷ ମାଧ୍ୟମା ପରୀକ୍ଷା ୨୯୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ୧୦୮ଟି ସେଣ୍ଟର କରାଯାଇଛି। ଓପ୍‌ନ ସ୍କୁଲ ପାଇଁ ୭୧୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ୧୪୬ଟି ସେଣ୍ଟର କରାଯାଇଛି। ମଧ୍ୟମା ଓ ଓପନ ପରୀକ୍ଷାର୍ଥୀଙ୍କ ପାଇଁ ୧୭ ତାରିଖରୁ ୱେବ୍‌ସାଇଟ୍‌ରୁ ଆଡ୍‌ମିଡ୍‌ କାର୍ଡ ଉପଲବ୍ଧ ହେବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!