ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କର ଓଟିଡିସି ମ୍ୟାନେଜର ଭାବେ ବଦଳି ହୋଇଥିବା ବେଳେ ଓଟିଡିସି ମ୍ୟାନେଜର ଶକ୍ତିକାନ୍ତ ରାୟଙ୍କ ନୟାଗଡ଼ ବଦଳି ହୋଇଥିଲା । ଆଜି ଶ୍ରୀଯୁକ୍ତ ରାୟ ନୟାଗଡ଼ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭିନ୍ନ ବିଭାଗ କର୍ମଚାରୀ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।






