ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀର ବ୍ଲାକମେଲର ଅର୍ଚ୍ଚନା ନାଗର ପେଡି ଖୋଲିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ତା’ ବିରୋଧରେ ଆଜି ମାମଲା କରି ତଦନ୍ତ ଆରମ୍ଭ କଲା ଇଡି। ଅର୍ଚ୍ଚନା ନାଗଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ମାମଲା ରୁଜୁ ହୋଇଛି। ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ସାହୁ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ଇଡି ମାମଲା ରୁଜୁ କରିଛି। ଅର୍ଚ୍ଚନା ଲିଙ୍କରେ ସଂପୃକ୍ତ ଥିବା ଲୋକଙ୍କୁ ନୋଟିସ୍ କରିବ ଇଡି। ଏପରିକି ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ କରୁଛି ଇଡି।





