ଧର୍ମଗଡ଼, (ବାଘୁଆବାର୍ତ୍ତା): ୧୧ ଲକ୍ଷ ଟଙ୍କାର ହେରଫେର କରି ଫାଇନାନ୍ସ କମ୍ପାନୀ ଏଜେଣ୍ଟ ଗିରଫ। ଭାରତ ଫାଇନାନ୍ସ ନାମକ ଏକ କମ୍ପାନୀର ଏଜେଣ୍ଟ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏନେଇ ଫାଇନାନ୍ସ କମ୍ପାନୀ ମ୍ୟାନେଜର କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରିବା ପରେ ପୋଲିସ ଏଜେଣ୍ଟଙ୍କୁ ଗିରଫ କରିଛି। ଧର୍ମଗଡ଼ ବ୍ଲକ କିରକାକାନୀ ଗାଁର ରାକେଶ ଦୁର୍ଗା କୋକସରା ଠାରେ ଥିବା ଭାରତ ଫାଇନାନ୍ସ କମ୍ପାନୀରେ ଏଜେଣ୍ଟ ଭାବେ ୧୭ ମାସ ପୂର୍ବରୁ କାମ କରୁଥିଲେ। ସେ କୋକସରା ବ୍ଲକର ବିଭିନ୍ନ ଗ୍ରାମର ୬୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୫ ଜଣଙ୍କ ନାମରେ ଋଣ ଓ ୫୨ଜଣ ହିତାଧିକାରୀଙ୍କ ରି-ଫାଇନାନ୍ସ କରି ପ୍ରାୟ ୧୧ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହଡପ କରିଥିଲେ। ଏଜେଣ୍ଟର ହେରାଫରି ନେଇ ସଂସ୍ଥା ମ୍ୟାନେଜର ଜାଣିବା ପରେ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୋକସରା ପୋଲିସ ରାକେଶଙ୍କୁ ଗିରଫ କରିଛି।





