ବଡ଼ବିଲ, (ବାଘୁଆବାର୍ତ୍ତା): ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ରୋଇଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ଯୁବକଙ୍କୁ ରୁଗୁଡ଼ି ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ରୁଗୁଡ଼ି ଥାନା ଅନ୍ତର୍ଗତ ରୋଇଡ଼ା ଗାଁର ଏକ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଶିଶୁ କନ୍ୟା ଜଣଙ୍କ ସୋମବାର ଅପରାହ୍ନରେ ଟିଉସନ୍ ଯିବାବେଳେ ଉକ୍ତ ଗ୍ରାମର ସଚିନ ଓରାମ ତାଙ୍କୁ ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଶିଶୁକନ୍ୟା ଆହତ ହୋଇଥିବା ଜଣାପଡ଼ିବା ପରେ ପରିବାର ଲୋକେ ତାଙ୍କୁ ସନ୍ଧ୍ୟାରେ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ପୀଡ଼ିତାଙ୍କ ସ୍ଵାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଅଭିଯୁକ୍ତ ଯୁବକଙ୍କୁ ରୁଗୁଡ଼ି ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।





