କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ପୋକସୋ କୋର୍ଟର ବିଚାରପତି ଅନିଲ କୁମାର ଦତ୍ତ ସୋମବାର ଏକ ୧୦ ବର୍ଷ ଶିଶୁ କୁ ଦୁଷ୍କର୍ମ ଘଟଣାର ବିଚାର କରି ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ସହିତ ୨୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଭିଯୁକ୍ତ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ରାୟ ଦେଇଛନ୍ତି। ଯୋଡ଼ା ଥାନା ଅଂଚଳରେ ୨୦୧୮ ମସିହା ଅଗଷ୍ଟ ୨୫ତାରିଖରେ ବିସ୍କୁଟ ଦେବା ବାହାନା କରି ଶିଶୁକୁ ଜଙ୍ଗଲକୁ ଡାକି ନେଇ କିଶୋର ପିଙ୍ଗୁଆ ଦୁଷ୍କର୍ମ କରିଥିଲା । ଏଥି ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ୧୬ ଜଣ ସାକ୍ଷ୍ୟ ଦେବା ପରେ ଅଭିଯୁକ୍ତ କୁ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ସହିତ ୨୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଭିଯୁକ୍ତ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ । ଏହାସହିତ ପୀଡିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ଏହି ମାମଲା ବରିଷ୍ଠ ଓକିଲ ଗଣେଶ ପ୍ରସାଦ ମହାପାତ୍ର ମୋକଦମା ପରିଚାଳନା କରୁଥିଲେ ।





