Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝାରପଡ଼ା ଜେଲ୍‌ରେ ପୁଣି ସାକ୍ଷାତ କଲେ ଅର୍ଚ୍ଚନା-ଜଗବନ୍ଧୁ

by ସଞ୍ଜୟ ସ୍ୱାଇଁ
October 31, 2022
in Crime, State
ଅର୍ଚ୍ଚନା ନାଗ୍‌ଙ୍କ ଆର୍ଥିକ କାରବାରର ତଦନ୍ତ କରିବ ଇଡି
59
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବହୁଚର୍ଚ୍ଚିତ ମାୟାବିନୀ ଅର୍ଚ୍ଚନା ନାଗ ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ଅର୍ଚ୍ଚନା ରବିବାର ପୁଣି ଝାରପଡ଼ା ସ୍ୱତନ୍ତ୍ର କାରାଗାରରେ ପରସ୍ପରକୁ ଭେଟିଛନ୍ତି । ଜେଲ୍‌ରେ ଭେଟଘାଟ ବେଳେ ଉଭୟଙ୍କ ମୁହଁ ଶୁଖିଯାଇଥିଲା । ଦମ୍ପତ୍ତିଙ୍କ କୋଟି କୋଟି ଟଙ୍କାର ସମ୍ରାଜ୍ୟକୁ ନେଇ ଇଡି ଖୋଳତାଡ଼କୁ ନେଇ ଟେନସନରେ ଥିବା ସୂଚନା ମିଳିଛି । ଗତ ରବିବାର ପତୀ-ପତ୍ନୀ ଜେଲ୍‌ରେ ପରସ୍ପରକୁ ଭେଟିଥିଲେ । ଏଥର ମଧ୍ୟ ଭେଟିବା ଲାଗି ଉଭୟେ ଗତକାଲିଠୁ ଆବେଦନ କରିଥିଲେ । ଜେଲ୍‌ ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ ଅନୁମୋଦନକ୍ରମେ ରବିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଉଭୟଙ୍କ ଜେଲ୍‌ କାର୍ୟ୍ୟାଳୟରେ ଭେଟଘାଟ ହୋଇଥିଲା । ପ୍ରାୟ ୧୫ ମିନିଟ୍‌ ପାଇଁ ଉଭୟେ କଥାବାର୍ତ୍ତା ହୋଇଥିଲେ । ଭେଟଘାଟ ବେଳେ ଜେଲର ସନ୍ତୋଷିନୀ ଦାଶ ଓ ମହିଳା ୱାର୍ଡର ଉପସ୍ଥିତ ଥିଲେ । ମାୟାବିନୀ ଅର୍ଚ୍ଚନାଙ୍କ ହନିଟ୍ରାପ୍‌ ମାମଲାରେ ଯେବେଠୁ ଇଡିର ପ୍ରବେଶ ହୋଇଛି । ସେବେଠାରୁ ଉଭୟଙ୍କ ମୁଣ୍ଡରେ ଚଡ଼କ ପଡି଼ଛି । ଉଭୟେ କେମିତି ଏତେ ବଡ଼ ସାମ୍ରାଜ୍ୟର ମାଲିକ ହେଲେ? କେଉଁ ଉପାୟରେ କୋଟି କୋଟି ଟଙ୍କା ସଞ୍ଚିଛନ୍ତି? ସେସବୁର ଭିତିରି ଖବର କେବଳ ଉଭୟଙ୍କ ପାଖରେ ଅଛି । ଯଦି ଇଡି ଏସବୁ ତଥ୍ୟ ଖୋଳି ବାହାର କରିବ । ତେବେ ଆଗକୁ ଅଡୁଆ ବଢ଼ିପାରେ ବୋଲି ସେମାନେ ଆଶଙ୍କାରେ ଅଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!