Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଛ ପାଇଁ ବିବାଦକୁ ନେଇ ଗାଁ ଦାଣ୍ଡରେ ମହିଳାଙ୍କୁ ନିଧୂର୍ମ ମାଡ଼

by ସଞ୍ଜୟ ସ୍ୱାଇଁ
October 31, 2022
in Crime, State
ଗଛ ପାଇଁ ବିବାଦକୁ ନେଇ ଗାଁ ଦାଣ୍ଡରେ ମହିଳାଙ୍କୁ ନିଧୂର୍ମ ମାଡ଼
55
VIEWS
Share on FacebookShare on Twitter

ଉଦଳା, (ବାଘୁଆବାର୍ତ୍ତା): ସାମାନ୍ୟ ଗଛକୁ ନେଇ ଆରମ୍ଭ ହୋଇଥିବା ବିବାଦ ନେଲା ଉଗ୍ର ରୂପ । ଏଥିରେ ଉତ୍ତ୍ୟକ୍ତ ଯୁବକ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ଲୁହା ରଡରେ ନିସ୍ତୁକ ପିଟିଛନ୍ତି। ମହିଳାଜଣକ ଅବସ୍ଥା ଗୁରୁତର ଥିବା ବେଳେ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ଏପରି ଅମାନବୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ପାଟଶାଣିପୁର ଗ୍ରାମରେ ଘଟିଛି । ଆକ୍ରମଣର ଶିକାର ହୋଇଥିବା ମହିଳାଜଣକ ହେଲେ ପାଟଶାଣିପୁର ଗ୍ରାମର ବାଦଲ ମଲ୍ଲିକଙ୍କ ପତ୍ନୀ ବାସନ୍ତୀ ମଲ୍ଲିକ । ତାଙ୍କୁ ଆକ୍ରମଣ କରିଥିବା ପିଲୁ ପ୍ରଧାନ ଫେରାର ହୋଇ ଯାଇଛନ୍ତି। ଗାଁ ନିକଟ ଏକ ଚାଷ ଜମିକୁ ବାଦଲ ମଲ୍ଲିକ ପ୍ରାୟ ୨୦ ବର୍ଷ ହେଲା ଚାଷ କରି ଆସୁଛନ୍ତି। ଉକ୍ତ ଜାଗାରେ ୩ଟି ମୂଲ୍ୟବାନ ଗଛ ରହିଛି। ପିଲୁ ପ୍ରଧାନଙ୍କର ସେଠାରେ କୌଣସି ଜମି ନ ଥିବା ବେଳେ ସେ କିନ୍ତୁ ଉକ୍ତ ଗଛ ଉପରେ ନିଜ ହକ୍‌ ଜାହିର କରୁଛନ୍ତି। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। ଗତ ଶନିବାର ବାସନ୍ତୀ ମଲ୍ଲିକ ନିଜ ଜମିରୁ ଏକୁଟିଆ ଫେରୁଥିଲେ। ଏହି ସମୟରେ ପିଲୁ ପ୍ରଧାନ ଏକ ଲୁହା ରଡ଼ରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ନିର୍ଧୂମ ପିଟିଲେ। ବାସନ୍ତୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ବାସନ୍ତୀଙ୍କ ପରିବାର ଲୋକେ ଗତକାଲି ଉଦଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପିଲୁ ପ୍ରଧାନ ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ ତାଙ୍କୁ ଖୋଜାଖୋଜି କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏନେଇ ଆକ୍ରମଣର ଶିକାର ହୋଇଥିବା ବାସନ୍ତୀ ମଲ୍ଲିକ କହିଛନ୍ତି, ମୁଁ ବିଲରୁ ଫେରୁଥିବା ବେଳେ ସେ ମୋତେ କାବୁ କରିନେଲା। ଏହାପରେ ମୋତେ ତଳେ ପକାଇ ନିର୍ଧୂମ ପିଟିଲା। ମୋ’ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଆସି ମୋତେ ଉଦ୍ଧାର କଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!