ବାସୁଦେବପୁର, (ବାଘୁଆବାର୍ତ୍ତା): ଚୋରମାନେ ପୋଲିସକୁ କରୁଛନ୍ତି ଖୋଲା ଚ୍ୟାଲେଞ୍ଜ।ଘର ଝରକା କାଟି ଚୋରି କରିଛନ୍ତି ଚୋର। ଗତ ଲକ୍ଷ୍ମୀ ପୂଜାଠାରୁ ବାସୁଦେବପୁରରେ ପ୍ରତିଦିନ ବିଭିନ୍ନ ଜାଗାରୁ ଚୋରି ହେଉଛି। ପୋଲିସ ଅଭିଯୋଗ ପାଇ ପ୍ରାଥମିକ ତଦନ୍ତ କରି ଚୁପ ରହୁଛି।ସେପଟେ ଚୋରମାନେ ଲଗାତାର ଚୋରି କରୁଛନ୍ତି। ଖବର ଅନୁସାରେ, ଶନିବାର ବିଳମ୍ୱିତ ରାତିରେ ବାଲିକଲୋନିରେ ଥିବା ମନୋଜ ବେହେରାଙ୍କ ଘରୁ ଚୋରି ହୋଇଛି। ଚୋରମାନେ ଝରକା ଭାଙ୍ଗି ଘରେ ପଶି ସୁନା ଗହଣା ସହିତ ଟଙ୍କା ଚୋରାଇ ନେଇଛନ୍ତି। ରାତିରେ ମନୋଜଙ୍କ ପରିବାର ଲୋକେ ଆସିଥିବା ଦୁର୍ବୃତ୍ତମାନଙ୍କ ପାଟି ଶୁଣି ଚିତ୍କାର କରିଥିଲେ। ପରେ ଦୁର୍ବୁତ୍ତମାନେ ସେଠାରୁ ଦୌଡ଼ି ପଳାଇଥିଲେ। ସକାଳେ ମନୋଜଙ୍କ ପରିବାର ଏନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।





