ବ୍ରହ୍ମଗିରି, (ବାଘୁଆବାର୍ତ୍ତା): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଗୋଲାଗାଁରେ ବୋମମାଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ସାତପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଶନିବାର ବିଳମ୍ବିତ ରାତି ପ୍ରାୟ ୪ଟା ସମୟରେ ବ୍ରହ୍ମଗିରି ଥାନା ଗୋଲା ଗାଁରେ ଥିବା କତା ଫ୍ୟାକ୍ଟରୀ ଉପରକୁ ବୋମାମାଡ଼ ହୋଇଥିଲା । ଏହି ବୋମାମାଡ଼ରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି । ସେନେଇ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ପୋଲିସ ଫୁଟା ବୋମାର ସୁତୁଲି ଓ ବାରୁଦ ଜବତ କରିଛି । ପୋଲିସ କହିବାନୁସାରେ ଗାଁରେ ଫୁଟିଥିବା ବାଣଟି ବାଡିଆ ଫୋଟକା ।





