କର୍ଲାମୁଣ୍ଡା, (ବାଘୁଆବାର୍ତ୍ତା): ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି। ଏନେଇ ଗ୍ରାହକ ସେବାକେନ୍ଦ୍ରର କର୍ମଚାରୀ ମଚିନ୍ଦ୍ର ସାହୁ କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଶନିବାର ରାତିରେ କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଛି। ଦୁର୍ବୃତ୍ତମାନେ ଗ୍ରାହକ ସେବା କେନ୍ଦ୍ରର ତାଲା ଭାଙ୍ଗି କୋଠରୀ ଭିତରେ ଥିବା ତିନୋଟି ଜେରକ୍ସ ମେସିନ୍, ଗୋଟିଏ ସିପିୟୁ ଓ ନଗଦ କୋଡିଏ ହଜାର ଟଙ୍କା ନେଇଯାଇଛନ୍ତି। ଏନେଇ ଗ୍ରାହକ ସେବାକେନ୍ଦ୍ରର କର୍ମଚାରୀ ମଚିନ୍ଦ୍ର ସାହୁ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଗ୍ରାହକ ସେବା କେନ୍ଦ୍ର ପାଖରେ ଥିବା ଏସବିଆଇ ଏଟିଏମ୍ କାଉଣ୍ଟରର ମଧ୍ୟ ସଟର ଭାଙ୍ଗି ଚୋରି କରିବାକୁ ଉଦ୍ୟମ କରିଥିଲେ ହେଁ ଦୁର୍ବୃତ୍ତମାନେ ଏଥିରେ ସଫଳ ହୋଇନଥିଲେ। ଖବର ଲେଖାଯିବା ପର୍ୟ୍ୟନ୍ତ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବା ଜଣା ପଡ଼ିଛି ।





