ନୟାଗଡ଼,(ବାଘୁଆବାର୍ତ୍ତା): ସାରା ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟିଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ମାଧ୍ୟମରେ ଆଜି ଏଆରସିଏସ୍ କାର୍ଯ୍ୟାଳୟ ପକ୍ଷରୁ ଏକ ଲକ୍ଷ ୭୨ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ସମବାୟ ସମିତି ସମୂହ ଉପ ନିବନ୍ଧକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ସମବାୟ ନିରୀକ୍ଷକ ସୁଦାମ ଚରଣ ଜେନା ପ୍ରମୂଖ ଏହି ସହାୟତା ରାଶି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେହିଭଳି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁଙ୍କ ଉପସ୍ଥିତିରେ ସମାଜସେବୀ ତଥା ସେବା ଅନୁଷ୍ଠାନର ସଂପାଦକ ସଂଜୟ କୁମାର ସୁବୁଦ୍ଧି ୫୦ ହଜାର ଟଙ୍କାର ସହାୟତା ରାଶି ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରାଯାଇଛି ।







