ଭଦ୍ରକ, (ବାଘୁଆବାର୍ତ୍ତା): ଭଣ୍ଡାରିପୋଖରୀ ଥାନା ରାମଚନ୍ଦ୍ରପୁର ପଞ୍ଚାୟତ ନେଉଳିଆ ଗାଁରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି। ବିଳମ୍ବିତ ରାତିରେ ଚୋରମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରିଥିବା ପୋଲିସ ପାଖରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ନେଉଳିଆ ଗାଁର ପ୍ରଶାନ୍ତ କୁମାର ବଳ ଜାତୀୟ ରାଜପଥ ପାଖରେ ଏକ ଚା ଦୋକାନ କରିଛନ୍ତି। ଘରେ ପତ୍ନୀ ଓ ଦୁଇ ଛୋଟ ପିଲା ଘରେ ଥିଲେ। ପ୍ରଶାନ୍ତ ଘରେ ନଥିବା ବେଳେ ଚୋର ମାନେ ବିଳମ୍ବିତ ରାତିରେ କବାଟ ଭାଙ୍ଗି ଘରକୁ ପଶିଥିଲେ। ପ୍ରଶାନ୍ତଙ୍କ ସ୍ତ୍ରୀ ଉଠି ପଡିବାରୁ ଦୁର୍ବୁତ୍ତମାନେ ତାଙ୍କ ମୁହଁରେ କଳା ଗାମୁଛା ଗୁଡ଼ାଇ ଦେଇଥିଲେ। ପରେ ଘର ସିନ୍ଦୁକରେ ଥିବା ଏକ ଆଟେଜ ଓ ସୁଟକେସକୁ ନେଇଯାଇଥିଲେ। ଚୋରମାନେ ତାଙ୍କ ପତ୍ନୀଙ୍କର କାନରୁ କାନଫୁଲ ମଧ୍ୟ ଛିଡ଼ାଇ ନେଇଥିଲେ। ପ୍ରଶାନ୍ତ ଖବର ପାଇ ଆସିବା ପରେ ସାହି ପଡିଶାମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଖୋଜାଖୋଜି ପରେ ସୁଟକେଶ ଓ ଆଟେଜ ଘର ଠାରୁ କିଛି ଦୂର ଏକ ଚାଷ ଜମିରୁ ମିଳିଥିଲା। ଦୁର୍ବୁତ୍ତ ସେଗୁଡିକୁ ଭାଙ୍ଗି ସେଥିରୁ ପ୍ରାୟ ୩ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଚୋରି କରିନେଇଛନ୍ତି। ଏନେଇ ପ୍ରଶାନ୍ତ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅନ୍ୟପଟେ ଏହି ଘଟଣାର ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ବୋଲି ପୋଲିସ କହିଛି।





