Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୂର୍ୟ୍ୟପରାଗରେ ଚିକେନ୍ ବିରିୟାନି ଖାଇବାକୁ ନେଇ ବିବାଦ: ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା ଓ ମାମଲା ରୁଜୁ

by ସଞ୍ଜୟ ସ୍ୱାଇଁ
October 28, 2022
in Crime, State
ସୂର୍ୟ୍ୟପରାଗରେ ଚିକେନ୍ ବିରିୟାନି ଖାଇବାକୁ ନେଇ ବିବାଦ: ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା ଓ ମାମଲା ରୁଜୁ
83
VIEWS
Share on FacebookShare on Twitter

କଟକ/ପୁରୀ, (ବାଘୁଆବାର୍ତ୍ତା): ସୂର୍ୟ୍ୟପରାଗରେ ଚିକେନ୍ ବିରିୟାନି ଖାଇବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗୋଟେପଟେ ଆଜି ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା ଓ ମାମଲା ହୋଇଥିବା ବେଳେ ଅନ୍ୟପଟେ ହତ୍ୟା ଧମକ ଦିଆଯାଇଥିବା ପ୍ରତିପକ୍ଷ ଅଭିଯୋଗ କରିଛନ୍ତି। ୨ ହେତୁବାଦୀ ପ୍ରତାପ ରଥ ଓ ଦେବେନ୍ଦ୍ର ସୂତାରଙ୍କ ନାଁରେ ପୁରୀ ସିଂହଦ୍ୱାର ଥାନାରେ ମାମଲା ହୋଇଛି। ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ଏତଲା ଆଧାରରେ ଏହି ମାମଲା ରୁଜୁ ହୋଇଛି। ସେପଟେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ପକ୍ଷରୁ କଟକ ସିଡିଏର ମର୍କତନଗର ଥାନାରେ ହେତୁବାଦୀ ସଂଗଠନ ବିରୋଧରେ ଏତଲା ଦିଆଯାଇଛି। ବ୍ରାହ୍ମଣ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଏଥିରେ ଉଲ୍ଲେଖ କରାଯାଇଛି। ଜୟ ଜଗନ୍ନାଥ ଚାରଣ ସମିତି ଏହାକୁ ସମର୍ଥନ କରିଛି। ହେତୁବାଦୀ ସଂଗଠନର ସଦସ୍ୟ ଦେବେନ୍ଦ୍ର ସୂତାର ଓ ପ୍ରତାପ ରଥଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରାଯାଇଛି। ଏତଲାରେ ସାମାଜିକ ଶୃଙ୍ଖଳା ଭଙ୍ଗ ଓ ଧର୍ମୀୟ ଭାବନାକୁ ଆଘାତ ଅଭିଯୋଗ କରାଯାଇଛି। ତେବେ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି ହେତୁବାଦୀ ଦେବେନ୍ଦ୍ର ସୂତାର। ତାଙ୍କୁ ହତ୍ୟା ଧମକ ଦିଆଯାଇଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି। ଏନେଇ ସେ ମର୍କତ ନଗର ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ସୂର୍ୟ୍ୟପରାଗ ଦିନ ପାରମ୍ପରିକ ନୀତିକୁ ବିରୋଧ ପ୍ରଦର୍ଶନ କରି ହେତୁବାଦୀ ସଂଗଠନ ପକ୍ଷରୁ ଚିକେନ୍ ବିରିୟାନି ଖାଦ୍ୟ ପରିବେଷଣ କାର୍ୟ୍ୟକ୍ରମ ଆୟୋଜନ ହୋଇଥିଲା। ହିନ୍ଦୁ ପରମ୍ପରା ମୁତାବକ ସୂର୍ୟ୍ୟପରାଗ ସମୟରେ ଦେବନୀତି ନିଷିଦ୍ଧ ଓ ହାଣ୍ଡିଛାଡ୍ କରାଯାଇଥିଲା। ତେବେ ଏହାର ଆବଶ୍ୟକତା ନ ଥିବା ଦର୍ଶାଇ ହେତୁବାଦୀମାନେ ବିଭିନ୍ନ ମତ ଉପସ୍ଥାପନ କରିବା ସହ ଚିକେନ୍ ବିରିୟାନି ବାଣ୍ଟି ଥିଲେ। ଯାହା ଏବେ ବିବାଦର ରୂପ ନେଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!