Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
October 28, 2022
in Crime, State
ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ
84
VIEWS
Share on FacebookShare on Twitter

ସାଲେପୁର, (ବାଘୁଆବାର୍ତ୍ତା): ବିବାହିତ ମହିଳାଙ୍କ ମୃତଦେହ ଠାବ । କଟକ ଜିଲ୍ଲା ସାଲେପୁର ଥାନା ଦାରିୟାପୁର ଗାଁରୁ ମିଳିଛି ମୃତେଦେହ । ମୃତ ମହିଳା ମାହାଙ୍ଗା ଥାନା ଜଗନାଥପୁର ଗ୍ରାମର ଫରିଦା ବିବି ଓ ସୋଏବ ମୁସ୍ତଫା ଙ୍କ କନ୍ୟା ସାଇସ୍ତା ବେଗମ ବୋଲି ଜଣାପଡିଛି । ମୃତ ମହିଳାଙ୍କ ପରିବାର ପକ୍ଷରୁ ସାଲେପୁର ଥାନାରେ ହତ୍ୟା ଅଭିଯୋଗ । ସାଲେପୁର ଥାନା ଦାରିୟାପୁର ଗାଁର ଶେଖ ସନାଙ୍କ ପୁତ୍ର ଶେଖ ସୁରଜଙ୍କୁ ମୁସଲିମ ଧର୍ମ ଅନୁଯାୟୀ ବିବାହ କରିଥିଲେ ସାଇସ୍ତା ବେଗମ୍‌ । ବିବାହକୁ ୫ ବର୍ଷ ହୋଇଯାଇଥିଲେ ମଧ୍ୟ ବହୁ ସମୟରେ ସାଇସ୍ଥାକୁ ଶାଶୁ ସମୀମା ବିବି, ସ୍ୱାମୀ ଶେଖ ସୁରଜ, ନଣନ୍ଦ ଫଜି ବିବି ଅନେକ ସମୟରେ ମାନସିକ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ ବୋଲି ଅଭିଯୋଗ ଆସିଛି । ତେବେ ଅଭିଯୋଗ ଅନୁଯାୟୀ ୨୭.୧୦.୨୨ ରିଖ ସନ୍ଧ୍ୟା ସମୟରେ ଶେଖ ସୁରଜ ଝିଅର ପରିବାର ଲୋକଙ୍କୁ ଫୋନ କରି କହିଲେ କି ତୁମ ଝିଅ ରସି ଦେଇ ଆତ୍ମହତ୍ୟା କରିଛି । ଆମ୍ଭେ ତୁମ ଝିଅକୁ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଆସୁଛି । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।ଶାଶୁ ଘର ଲୋକ ଝିଅ କୁ ମାରି ଆତ୍ମହତ୍ୟା ର ରୂପ ଦେବାକୁ ଷଡଯନ୍ତ୍ର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସାଇସ୍ତାଙ୍କ ମା। ଏନେଇ ସାଲେପୁର ଥାନାରେ ମଧ୍ୟ ଲିଖିତ ଭାବେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏପିରିକି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମହିଳାଙ୍କ ସ୍ୱାମୀଙ୍କ ମଧ୍ୟ ଅଟକ ରଖିଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!