ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭୁବନେଶ୍ୱର RWSS ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ଆଦି ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଏହି ଚଢାଉରେ ତାଙ୍କ ବାସଭବନ , ଅଫିସ ଏବଂ ସଂପର୍କୀୟଙ୍କ ଘର ସାମିଲ ରହିଛି । ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ ଜଜ୍ଙ୍କ ନିର୍ଦ୍ଦେଶରେ ଚାଲିଛି ଚଢାଉ । ଏହି ଚଢାଉରେ ପାଞ୍ଚ ଜଣ ଡିଏସ୍ପି, ୧୨ ଇନ୍ସପେକ୍ଟର, ୧୧ ଏଏସଆଇ ସାମିଲ ରହିଛନ୍ତି । ଭୁବନେଶ୍ବର ଖାରବେଳ ନଗର ଅଞ୍ଚଳରେ ଥିବା ବାସଭବନ, ସମ୍ବଲପୁରରେ ମୋଦି ପଡ଼ା ଅଞ୍ଚଳରେ ଥିବା ୩ ମହଲା କୋଠା। ସମେତ ଭୁବନେଶ୍ୱରରେ ଅବସ୍ଥିତ , RWS& S, PMDI ସର୍କଲ ଅଫିସରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିବା ବେଳେ ଭୁବନେଶ୍ବରରେ ଖାରବେଳ ନଗର ଅଞ୍ଚଳରେ ଥିବା ସମ୍ପକୀୟ ଘରେ ଏବଂ ଖୋର୍ଦ୍ଧରେ ଗାନ୍ଧି ନଗର ସାନପାଳି ଅଞ୍ଚଳରେ ଥିବା ଅନ୍ୟ ଜଣେ ସମ୍ପକୀୟ ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି। ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସବିଶେଷ ତଥ୍ୟ ହାସଲ ହୋଇନାହିଁ ।





