Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧାହେଲେ ନକଲି ଡାକ୍ତର

by ସଞ୍ଜୟ ସ୍ୱାଇଁ
October 27, 2022
in Crime, State
ବନ୍ଧାହେଲେ ନକଲି ଡାକ୍ତର
123
VIEWS
Share on FacebookShare on Twitter

ଦେବଗଡ଼,(ବାଘୁଆବାର୍ତ୍ତା): ଦେବଗଡ଼ ଜିଲ୍ଲା କଦମଦର୍ହ ଗାଁରେ ବେଆଇନ କ୍ଲିନିକ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରକୁ ଗିରଫ କରିଛି ପୁଲିସ। ତାଙ୍କଠାରୁ ପ୍ରାୟ ୨ଲକ୍ଷ ଟଙ୍କାର ଔଷଧ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗର ପ୍ରଶାନ୍ତ ରାୟ। ପ୍ରଶାନ୍ତ ୪ବର୍ଷ ହେଲା କଦମଦର୍ହ ଗାଁରେ କ୍ଲିନିକ କରି ରୋଗୀଙ୍କର ଚିକିତ୍ସା କରୁଥିଲେ। ଏପରିକି ଶିକ୍ଷାଗତ ଯୋଗ୍ୟତା ନ ଥାଇ ଅପରେସନ ମଧ୍ୟ କରୁଥିଲେ। ଏଥିସହ ଏହି ବେଆଇନ କ୍ଲିନିକରେ ପ୍ରସବ ମଧ୍ୟ କରାଉଥିଲେ। ପ୍ରଶାନ୍ତ ଜଣେ ନକଲି ଡାକ୍ତର ବୋଲି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଗତକାଲି ତାଙ୍କ କ୍ଲିନିକରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୨ଲକ୍ଷ ଟଙ୍କାର ଔଷଧ ଜବତ କରିଥିଲା। ଏହା ପୂର୍ବରୁ ପ୍ରଶାନ୍ତ ଝାରସୁଗୁ଼ଡ଼ାରେ ମଧ୍ୟ କ୍ଲିନିକ କରିଥିଲେ। ସେଠାରେ ରୋଗୀଙ୍କର ଚିକିତ୍ସା କରୁଥିଲେ। ୪ ବର୍ଷ ହେଲା କଦମଦର୍ହ ଗାଁରେ କ୍ଲିନିକ କରି ରୋଗୀଙ୍କର ଚିକିତ୍ସା କରିଆସୁଥିଲେ। ପ୍ରଶାନ୍ତ ଜାଲ ସାର୍ଟିଫିକେଟ ଦେଖାଇ ଡାକ୍ତର ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁ ଥିବା ପୁଲିସ ଆଗରେ ନିଜେ ସ୍ୱୀକାର କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!