ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ରକ୍ତରେ ଭିଜିଲା ସମ୍ପର୍କର ଡୋରୀ । ସ୍ନେହ ମମତାକୁ ଭୁଲି ଜହ୍ଲାଦ ପାଲଟିଲା ବଡ଼ ଭାଇ । ଟାଙ୍ଗିଆରେ ହତ୍ୟା କରିଛି ସାନଭାଇ ଓ ତା’ର ପତ୍ନୀକୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ କିରିପଶିରା ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ଆଜି ଦିନ ଗୋଟାଏ ସମୟରେ ବଡ ଭାଇ ତ୍ରିନାଥ ମାଝିଙ୍କ ସହ ସାନଭାଇ ଅଲେଖ ଓ ତାଙ୍କ ପତ୍ନୀ କୁନ୍ତଳାଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ହୋଇଥିଲା । ଧିରେ ଧିରେ ଏହି ବଚସା ଉଗ୍ର ରୂପରେ ପରିଣତ ହୋଇଥିଲା । ଫଳରେ ବଡ ଭାଇ ତ୍ରିନାଥ ଟାଙ୍ଗିଆରେ ଦୁହିଁ ଜଣଙ୍କୁ ହତ୍ୟା କରିଥିଲା । ଏ ନେଇ ହେମଗିର ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଅଭିଯୁକ୍ତ ତ୍ରିନାଥଙ୍କୁ ଗିରଫ କରିଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।





