ବଲାଙ୍ଗିର, (ବାଘୁଆବାର୍ତ୍ତା): ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ରାଜୀବ ନଗରରେ ଚାଞ୍ଚଲ୍ୟ। ରାଜୀବ ନଗରର ସର୍ବେଶ୍ୱର ସାହୁ, ତାଙ୍କ ଝିଅ ଓ ଜ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ। ଆହତମାନଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ଏପରି ଘଟିଥିବା ଜଣା ପଡ଼ିଛି। ରାଜୀବ ନଗରର ସର୍ବେଶ୍ୱର ସାହୁ, ତାଙ୍କ ଝିଅ ପିଙ୍କି ପାଣିଗ୍ରାହୀ ଓ ଜ୍ଵାଇଁ ସୁମନ ପାଣିଗ୍ରାହୀଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଯୁବକମାନେ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିବା ସହ ଘରର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଏହା ସହ ଘରେ ଥିବା ଟଙ୍କା ଓ ଅଳଙ୍କାର ମଧ୍ୟ ଲୁଟ୍ କରିଛନ୍ତି। ପୂର୍ବ ଶତ୍ରୁତା ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ଆହତମାନଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।





