ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାର୍ବଣ ଋତୁରେ ଭୁବନେଶ୍ୱରରେ ମାତିଲେ ସାଇବର ଲୁଟେରା। ମାତ୍ର ୨୫ ଦିନରେ ସେମାନେ ୫୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଚଳିତ ମାସ ୧ ରୁ ୨୫ ତାରିଖ ମଧ୍ୟରେ ସାଇବର ଅପରାଧ କରି ଠକମାନେ ଏହି ଅର୍ଥ ଲୁଟିଛନ୍ତି। ୟୁପିଆଇ ଟ୍ରାଞ୍ଜେକସନ୍ ମାଧ୍ୟମରେ ସବୁଠାରୁ ଅଧିକ ସାଇବର ଲୁଟ ହୋଇଥିବା କୁହାଯାଇଛି। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୟୋନୋ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, କ୍ରେଡିଟ୍ ଓ ଡେବିଟ କାର୍ଡ ଅପଡେଟ ନାଁରେ ସାଇବର ଲୁଟେରାମାନେ ଲୋକଙ୍କଠାରୁ ୫୦ ଲକ୍ଷ ଟଙ୍କା ସ୍ମାର୍ଟ ତରିକାରେ ନେଇଯାଇଛନ୍ତି।





