ନୟାଗଡ଼,(ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଚ୍ଛା ଥାନା ନେଫାରୀଠାରେ ଆଜି ବାଣିଗୋଚ୍ଛା ଥାନା ଅଧିକାରୀ ପୁଲିସ କର୍ମଚାରୀ ଏବଂ କୁଲୁରୁକୁମ୍ପା ଆରଆଇଙ୍କ ସହ ବିଭିନ୍ନ ଗାଡ଼ି ମୋଟର ଯାଂଚ କରୁଥିଲେ । ଲକ୍ ଡାଉନ୍ ପାଇଁ ଯାଂଚ ଚାଲିଥିବା ବେଳେ ଏକ କାର ଯାଂଚରୁ ବର୍ତ୍ତୀବା ପାଇଁ ଦ୍ରୁତ ଗତିରେ ଗାଡ଼ି ବୁଲାଇ ଚାଲି ଯିବା ସମୟରେ ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ଆରଆଇ ଗୁରୁତର ହୋଇଥିବା ବେଳେ ଥାନା ଅଧିକାରୀ ଓ ପୁଲିସ କର୍ମଚାରୀମାନେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ପୁଲିସ କର୍ମଚାରୀମାନେ ଆରଆଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତୀ କରିଥିବା ଜଣାଯାଇଛି ।






