Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ରୂର ଭାଷା ପ୍ରୟୋଗ କରି ବୋହୂକୁ ତଡ଼ି ଦେଇଛନ୍ତି ଶାଶୁ ଘର ଲୋକେ

by ସଞ୍ଜୟ ସ୍ୱାଇଁ
October 25, 2022
in Crime, State
କ୍ରୂର ଭାଷା ପ୍ରୟୋଗ କରି ବୋହୂକୁ ତଡ଼ି ଦେଇଛନ୍ତି ଶାଶୁ ଘର ଲୋକେ
109
VIEWS
Share on FacebookShare on Twitter

ଭଞ୍ଜନଗର, (ବାଘୁଆବାର୍ତ୍ତା): ‘ତୁ ଦିବ୍ୟାଙ୍ଗ, ତୋତେ ବସାଇ କିଏ ଖାଇବାକୁ ଦେବ । ବାପ ଘରୁ ଅଧିକ ଯୌତୁକ ଆଣିଲେ ଏଠାକୁ ଆସିବୁ, ନଚେତ ଏଠାରେ ତୋର କୌଣସି ଜାଗା ନାହିଁ। ’ ଜଣେ ଭିନ୍ନକ୍ଷମ ମହିଳାଙ୍କ ପ୍ରତି ଏପରି କ୍ରୂର ଭାଷା ପ୍ରୟୋଗ କରି ତାଙ୍କୁ ତଡ଼ି ଦେଇଛନ୍ତି ଶାଶୁ ଘର ଲୋକେ। ମହିଳାଜଣକ ବଞ୍ଚିବା ପାଇଁ ନିଜ ପିଲା ସହ ବାର ଦୁଆର ହେଉଥିବା ବେଳେ ସ୍ୱାମୀଙ୍କ ଦ୍ୱିତୀୟ ବିବାହ କଥା ଶୁଣି ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି। ହେଲେ ନିଷ୍ଠୁର ଶାଶୁ ଘର ଲୋକଙ୍କ ହୃଦୟ ତରଳୁ ନ ଥିବା ବେଳେ ବୋହୂକୁ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି। ଏପରି ଅମାନବୀୟ ଘଟଣା ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା କୋକଳବା ଗ୍ରାମରେ ଘଟିଛି। । ସୂଚନାମୁତାବକ, କୋକଳବା ଗ୍ରାମର ଦିଗାମ୍ବର ପ୍ରଧାନଙ୍କ ପୁଅ ଶିବରାମ ପ୍ରଧାନ ୨୦୧୭ ମସିହାରେ ଗାଙ୍ଗପୁର ଥାନା ବାଙ୍କଲିଡି ଗ୍ରାମର ଭାଗୀରଥି ପ୍ରଧାନଙ୍କ ଝିଅ ଗୀତାଞ୍ଜଳି ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଗୀତାଞ୍ଜଳି ଜନ୍ମରୁ ଦିବ୍ୟାଙ୍ଗ ଅଟନ୍ତି। ବିବାହ ସମୟରେ ସେ ୮୦ ହଜାର ଟଙ୍କା ଯୌତୁକ ସହ ସୁନା ମୁଦି, ଚେନ ଆଦି ଆଣିଥିଲେ । ବିବାହର ବର୍ଷେ ପର୍ୟ୍ୟନ୍ତ ଉଭୟଙ୍କ ଦାମ୍ପତ୍ୟ ଜୀବନ ବେଶ୍‌ ହସଖୁସିରେ ବିତିବା ସହ ଉଭୟଙ୍କର ଏକ ପୁଅ ବି ଅଛି। ହେଲେ ବର୍ଷେ ପରେ ନିର୍ୟାତନା ଆରମ୍ଭ କଲେ ଶାଶୁ ଘର ଲୋକେ। ’ତୁ ଏକ ଦିବ୍ୟାଙ୍ଗ, ଆମେ ତୋତେ ବସାଇ ପୋଷି ପାରିବୁନି। ତୁ ତୋ ଘରୁ ମଝିରେ ମଝିରେ ଟଙ୍କା ନ ଆଣିଲେ ଘରୁ ବାହାରିଯା” ଏପରି କହି ଶାଶୁ ଘର ଲୋକେ ଗୀତାଞ୍ଜଳିଙ୍କୁ ନିର୍ୟାତନା ଦେବା ଆରମ୍ଭ କଲେ। ଏଥିରେ ଅତିଷ୍ଠ ହୋଇ ଗୀତାଞ୍ଜଳି ପିଲା ସହ ନିଜ ବାପ ଘରକୁ ପଳାଇଲେ। ହେଲେ ନ୍ୟାର୍ୟ୍ୟ ଦାବି ପାଇଁ ସେ ସଖୀ ସେଣ୍ଟର ସହ ପୁଲିସ୍‌ର ଦ୍ୱାରସ୍ଥ ବି ହେଲେ । ହେଲେ କୌଣସି ସୁଫଳ ମିଳିଲା ନାହିଁ। ଏହାମଧ୍ୟରେ ସ୍ୱାମୀ ଦ୍ୱିତୀୟ ବିବାହ କରୁଥିବା ଜାଣି ଗୀତାଞ୍ଜଳି ଆସି ଶାଶୁ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ନିଜ ହକ୍‌ ଦାବି ସହ ଶାଶୁ ଘରେ ପଶିବା ନିମନ୍ତେ ୪ ଦିନ ହେଲା ସେ ଏହି ଧାରଣାରେ ବସିଛନ୍ତି। ହେଲେ ଶାଶୁ ଘର ଲୋକେ କବାଟ ଖୋଲୁ ନ ଥିବା ବେଳେ ଗୀତାଞ୍ଜଳିଙ୍କୁ ସେଠାରୁ ପଳାଇବାକୁ ଧମକ ଦେଉଛନ୍ତି। ପୁଲିସ୍‌ ପହଞ୍ଚି ଘଟଣା ଉପରେ ନଜର ରଖିଥିବା ବେଳେ ଏଯାଏ ଏହାର ସମାଧାନ ହୋଇପାରିନି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!