Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅର୍ଚ୍ଚନା-ଜଗବନ୍ଧୁଙ୍କ ବେଆଇନ ଆର୍ଥିକ କାରବାର ତନାଘନା କରିବ ଇଡି

by ସଞ୍ଜୟ ସ୍ୱାଇଁ
October 24, 2022
in Crime, State
ଅର୍ଚ୍ଚନା-ଜଗବନ୍ଧୁଙ୍କ ବେଆଇନ ଆର୍ଥିକ କାରବାର ତନାଘନା କରିବ ଇଡି
141
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ବ୍ଲାକମେଲର ଦମ୍ପତି ଅର୍ଚ୍ଚନା ନାଗ୍‌ ଓ ଜଗବନ୍ଧୁ ଚାନ୍ଦ ଗିରଫ ଘଟଣା ନୂଆ ମୋଡ଼ ନେଇଛି । ଏବେ ଇଡି ଜାଲରେ ପଡିବେ ଦମ୍ପତି। ବେଆଇନ ଆର୍ଥିକ କାରବାର ନେଇ ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦେଶାଳୟ । ଏ ସମ୍ପର୍କରେ ଇଡି ପକ୍ଷରୁ ସୂଚନା ମିଳିଛି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ନେଆଇନ ଆର୍ଥିକ କାରାବରର ହେବ ଖୋଳତାଡ଼ । ଏନେଇ ପକ୍ରିୟା ଆରମ୍ଭ କରିଛି ଇଡି । ଖୁବଶୀଘ୍ର କମିଶନରେଟ ପୋଲିସ ପାଖରୁ ତଥ୍ୟ ନେବ ଇଡି । ସ୍ୱାମୀ ଓ ସ୍ତ୍ରୀଙ୍କ ଆକାଉଣ୍ଟକୁ ନେଇ ଖୋଳତାଡ଼ କରାଯିବ। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ କେଉଁ ନେତା ମନ୍ତ୍ରୀ ଓ ବଡବଡ଼ିଆଙ୍କ ଠାରୁ ଟଙ୍କା ଆସିଛି ତାହାର ଖୋଳ ତାଡ଼ କରିବା ଇଡି । କିଏ କାହିଁକି ଓ କେତେ ଟଙ୍କା ଦେଇଛି ତାହାର ତଦନ୍ତ କରିବ ହେବ। ଏ ସମ୍ପର୍କରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି । ସେପଟେ ଜଗବନ୍ଧୁଙ୍କ ଗିରଫ ହେବା ପରେ କୁଆଡେ ତାଙ୍କ ସହଯୋଗୀ ଖଗେଶ୍ବର ମନରେ ପଶିଛି ଛନକା ଏବେ ଖଗେଶ୍ବରକୁ ବାନ୍ଧିବାକୁ ପୋଲିସ ପକ୍ଷରୁ ଛାନ୍‌ଭିନ୍‌ ଚାଲିଛି । ଅର୍ଚ୍ଚନାଙ୍କ କଳା କାରନାମା ସାମ୍ରାଜ୍ୟରେ ସ୍ୱାମୀ ଜଗବନ୍ଧୁ ଏବଂ ସହଯୋଗୀ ଖଗେଶ୍ୱରଙ୍କ ସମ୍ପୃକ୍ତି ନେଇ ଠୋସ୍ ପ୍ରମାଣ ପାଇଛି ପୋଲିସ । ହନିଟ୍ରାପ୍‌ରେ ଫସାଇ ହାଇ ପ୍ରୋଫାଇଲ ଲୋକଙ୍କୁ ବ୍ଲାକମେଲ୍ କରିବା ସହ ପୀଡ଼ିତାଙ୍କୁ ଡରାଇବା, ଦାଦାବଟି ଆଦାୟ ଆଦି ଭଳି କାମ କରୁଥିଲେ । ତେବେ ଅର୍ଚ୍ଚନାଙ୍କ ପରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ଏବେବି ସହଯୋଗୀ ଖଗେଶ୍ବରଙ୍କ ଟେର୍ ପାଉନି। ସେପଟେ ସତ ପଦାକୁ ଆଣିବା ପାଇଁ ପୋଲିସ୍ ଉଭୟଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିବାକୁ ଯୋଜନା କରିଛି । ଏନେଇ କୋର୍ଟରେ ଆବେଦନ କରିବା ପାଇଁ ସଜବାଜ ହୋଇଛି ଖଣ୍ଡଗିରି ଥାନା ପୋଲିସ୍ । ପୂର୍ବରୁ ଗିରଫ ଦାରି ସମୟରେ ଉଭୟଙ୍କୁ ପଚରାଉଚରା ହୋଇଥିଲେ ମଧ୍ୟ କେହି କିଛି କହି ନଥିବାରୁ ମିଛ ଧରା ମେସିନରେ ଟେଷ୍ଟ କରିବା ପାଇଁ ପୋଲିସ୍ ଯୋଜନା କରିଛି । ଗତକାଲି ଝାରପଡା ଜେଲରେ ପରସ୍ପରଙ୍କୁ ଅର୍ଚ୍ଚନା ଓ ଜଗବନ୍ଧୁ ଭେଟିଥିଲେ । ପ୍ରାୟ ୧୫ ମିନିଟ୍ ଧରି ଉଭୟ କଥାବର୍ତ୍ତା ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!