ନୟାଗଡ଼, (ବାଘୁଆବାର୍ତ୍ତା) : ଦୁଇ ଦିନ ମଧ୍ୟରେ ନୟାଗଡ଼ ସଦର ଥାନା ପୁଲିସ ୯ ଜଣ ୱାରେଣ୍ଟି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଭିନ୍ନ ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ସଫଳାତା ପାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଭେଙ୍କେଡା ଗ୍ରାମର ମାଗୁଣି ସ୍ୱାଇଁ ଓରଫ ବୁଲୁ , ପ୍ରଦୀପ୍ତ ପ୍ରଧାନ, ପେଟାପଲ୍ଲୀ ଗ୍ରାମର ନୀର ବେହେରା, ନଣ୍ଡା ବେହେରା, ପାଣିପୋଇଲାର ସୁମନ୍ତ ଚନ୍ଦ୍ର ପଢ଼ିଆରି, କୁମ୍ଭାରିଆର ପୂର୍ଣ୍ଣଚନ୍ଦ୍ର ଓରଫ ବୁଇ ନାୟକ, ରଘୁନାଥ ପୁରୁର ସୁରେଶ କୁମାର ଦାସ, ଚିନେରାର କୈଳାସ ରାଉତ, ଏକାଦଶୀ ମହାନ୍ତି । ସଦର ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟଙ୍କ ସୁଚନାନୁସାରେ କୋର୍ଟର ବିଭିନ୍ନ ମାମଲାରେ ଏମାନଙ୍କ ନାମରେ ୱାରେଣ୍ଟ ରହିଥିଲା । ସଦର ଥାନା ଏସଆଇ ସ୍ମୃତି ରଞ୍ଜନ ମହାନ୍ତି, ଅଶୋକ କୁମାର ମହାନ୍ତି, ରାଜେନ୍ଦ୍ର କଅଁର ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।





